Categories: ଜାତୀୟ

ଚାଇନାକୁ କଡା ଜବାବ ଦେବ ଭାରତ: ଖୁବ୍‌ଶୀଘ୍ର ଭାରତ ପହଞ୍ଚିପାରେ ଯୁଦ୍ଧ ବିମାନ ସୁଖୋଇ-୩୦

ନୂଆଦିଲ୍ଲୀ,୨୩।୬: ଭାରତ-ଚାଇନା ସୀମା ବିବାଦକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ତେବେ ଚାଇନାକୁ କଡ଼ା ଜବାବ ଦେବାକୁ ଭାରତ ଖୁବ୍‌ଶୀଘ୍ର ରୁଷିଆରୁ ସୁଖୋଇ-୩୦, ମିଗ୍‌-୨୯ ଯୁଦ୍ଧ ବିମାନ, ଟି-୯୦ ଟ୍ୟାଙ୍କ, ଯୁଦ୍ଧ ଜାହାଜ, ବୁଡାଜାହାଜ ସମେତ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଉପକରଣ ଆଣିପାରେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ୩ ଦିନିଆ ରୁଷିଆ ଗସ୍ତରେ ଯାଇଥିବା ବେଳେ ଏହି ପ୍ରତିରକ୍ଷା ଉପକରଣ ଗୁଡିକୁ ଶୀଘ୍ର ଆଣିବା ପାଇଁ କଥା ହେବେ ବୋଲି ଅନୁମାନ କରାଯାଉଛି। ପ୍ରଥମେ ଏସବୁ ସମୁଦ୍ର ପଥ ଦେଇ ଆସିବାର ଥିଲା। ହେଲେ କରୋନା ମହାମାରୀ ପାଇଁ ଏହା ଆସିବାରେ ବିଳମ୍ବ ହୋଇଛି। ଅନ୍ୟପଟେ ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ଯେ ଭାରତ ଚାହୁଁଛି ସୁଖୋଇ-୩୦, ଟି-୨୦ ଟ୍ୟାଙ୍କ ଓ ଅନ୍ୟ କିଛି ଯୁଦ୍ଧ ଉପକରଣ ସମୁଦ୍ର ପଥ ନୁହେଁ ବରଂ ଆକାଶ ମାର୍ଗରେ ଆସୁ। ତାହେଲେ ପରିସ୍ଥିତିକୁ ଦେଖି ସେନାଙ୍କୁ ଶୀଘ୍ର ଶକ୍ତି ମିଳିଯାଇ ପାରିବ। କାରଣ ଏପଟେ ଏଲ୍‌ ଏସିରେ ଚାଇନା-ଭାରତ ସୀମା ବିବାଦ ବେଳକୁ ବେଳ ବଢିବାରେ ଲାଗିଛି।

Share