ଇସ୍ଲାମାବାଦ,୮ା୮: ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍ କୁରେଶୀ ବୁଧବାର ରାତିରେ ଚାଇନା ଗସ୍ତ କରିଛନ୍ତି। ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତର ନିଷ୍ପତ୍ତି ନେଇ ସେ ସେଠାରେ ଆଲୋଚନା କରିବେ। ପାକିସ୍ତାନ ପାର୍ଲାମେଣ୍ଟର ମିଳିତ ଅଧିବେଶନରେ ସେ ଏନେଇ ସୂଚନା ଦେଇଛନ୍ତି। ନରେନ୍ଦ୍ର ମୋଦି ସରକାରଙ୍କ ନିଷ୍ପତ୍ତିକୁ ଖୋଦ୍ ଭାରତୀୟମାନେ ନିନ୍ଦା କରୁଥିବା କୁରେଶୀ କହିଛନ୍ତି।