Categories: ଜାତୀୟ

ଚାଇନାକୁ ଜବାବ ଦେବାକୁ ଯାଇ ସୀମାରେ ମୁତୟନ ହେଲେ ଅଧିକ ସେନା

ଲଦାଖ,୨୫।୫: ଭାରତୀୟ ସୀମା ଲଦାଖରେ ଚାଇନାର ବହୁ ସଂଖ୍ୟକ ସେନା ମୁତୟନ ହେବା ପରେ ଭାରତ ଏବେ ଏହାର କଡ଼ା ଜବାବ ଦେଇଛି। ଲଦାଖର ଚାଇନା ସୀମାରେ ଭାରତୀୟ ସେନା ପକ୍ଷରୁ ଅତ୍ୟଧିକ ସେନା ମୁତୟନ କରାଯାଇଥିବା ଜଣାପଡ଼ିଛି। କାରଣ ଚାଇନା ସେନା ଭାରତୀୟ ସୀମାରେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଫଳରେ ସେମାନଙ୍କୁ ରୋକିବା ପାଇଁ ଭାରତୀୟ ସେନା ପକ୍ଷରୁ ଏଭଳି ପଦକ୍ଷେପ ନିଆଯିବା ସହ ଅନ୍ୟ ଅଞ୍ଚଳଗୁଡ଼ିକରେ ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୂଚନା ମୁତାବକ ଭାରତୀୟ ସୀମାରେ ଚାଇନାର ୫୦୦୦ ସେନା ମୁତୟନ ହୋଇଛନ୍ତି। କୌଣସି ପ୍ରକାରେ ସେମାନଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ବାୟୁ ସେନା ସାହାଯ୍ୟରେ ବିଭିନ୍ନ ଅଞ୍ଚଳରେ ଭାରତୀୟ ସେନା ଆଗୁଆ ମୁତୟନ ହୋଇଛନ୍ତି।

Share