Categories: ଜାତୀୟ

ଚାଇନାକୁ ଝଟ୍‌କା: ଉଦ୍ଧବ ସରକାର ରଦ୍ଦ କଲେ ୫ ହଜାର କୋଟିର ୩ ଚୁକ୍ତି

ମୁମ୍ବାଇ, ୨୨।୬: ଗଲଓ୍ବାନ ଘାଟିରେ ଭାରତ ସୀମା ଭିତରକୁ ଅନୁପ୍ରବେଶ କରିବା ଚାଇନା ପାଇଁ ମହଙ୍ଗା ପଡ଼ିଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାର ଚାଇନା ସହିତ ଚୁକ୍ତି ସ୍ବାକ୍ଷର କରାଯାଇଥିବା ୫ ହଜାର କୋଟି ଟଙ୍କାର ୩ ପ୍ରକଳ୍ପକୁ ରଦ୍ଦ କରିଛନ୍ତି। ସେଥିମଧ୍ୟରେ ୨ଟି ଅଟୋମୋବାଇଲ ଏବଂ ଗୋଟିଏ ଇଞ୍ଜିନିୟରିଂ ପ୍ରକଳ୍ପ ରହିଛି। କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ପରେ ଉଦ୍ଧବ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ଚୁକ୍ତି ଗଲଓ୍ବାନ ଘାଟି ସଂଘର୍ଷ ପୂର୍ବରୁ ହୋଇଥିଲା। ଅନ୍ୟ କୌଣସି ଚୁକ୍ତି ସ୍ବାକ୍ଷର ନ କରିବାକୁ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଦ୍ଧବ ସରକାରଙ୍କୁ ପରାମର୍ଶ ଦିଆଯାଇଛି।

Share