ଚାଇନାକୁ ଟ୍ରମ୍ପଙ୍କ ଚେତାବନୀ: ସାଲିସ ନ କଲେ ପରିଣାମ ଭୋଗିବ

ନୂଆଦିଲ୍ଲୀ,୧୩।୫: ଆମେରିକା ଏବଂ ଚାଇନା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଥମୁନାହିଁ। ଏପରିସ୍ଥିତିରେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାକୁ ଚେତାବନୀ ଦେଇଛନ୍ତି। ବାଣିଜ୍ୟ ନେଇ ଆମେରିକା ସହ ସାଲିସ କରିବାକୁ ଟ୍ରମ୍ପ କହିଛନ୍ତି। ଏଭଳି ନ କଲେ ପରିଣାମ ଭୟାବହ ହେବା ସହ ଅସୁବିଧା ଭୋଗିବ ବୋଲି ଟ୍ରମ୍ପ ଚାଇନାକୁ କହିଛନ୍ତି। ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧର ସମାପ୍ତି ଲାଗି ଅନେକ ଚେଷ୍ଟା ହୋଇଛି। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହେଉଛି। ଏହି କ୍ରମରେ ଚାଇନା ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ବେଜିଂଠାରେ ଆଗାମୀ ଦିନରେ ଅନୁଷ୍ଠିତ ହେବ ବୋଲି ଚାଇନାର ଜଣେ ବରିଷ୍ଠ ଅଧିକାରୀ  ସୂଚନା ଦେଇଛନ୍ତି। ବୈଠକ କେବେ ଅନୁଷ୍ଠିତ ହେବ ସେ ନେଇ ଅଧିକାରୀ ଜଣକ କୌଣସି ସୂଚନା ଦେଇ ନାହାନ୍ତି। ମାତ୍ର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକୁ ନେଇ ଚାଇନା କୌଣସି ସାଲିସ କରିବ ନାହିଁ ବୋଲି ଅଧିକାରୀ କହିଛନ୍ତି। ଟ୍ରମ୍ପ ଏକ ଟୁଇଟ ଯୋଗେ କହିଛନ୍ତି ଯେ, ଆମେରିକା ନିଷ୍ପତ୍ତିରେ ଚାଇନାକୁ ଏଭଳି ଝଟକା ଲାଗିଛି ଯେ, ୨୦୨୦ରେ ଆସିବାକୁ ଥିବା ନିର୍ବାଚନ ଯାଏ ଏହା ଅପେକ୍ଷା କରିବାକୁ ଚାହଁୁଛି। ସେମାନେ ଏୟା ଦେଖିବାକୁ ଚାହିଁଛନ୍ତି ଯେ, ୨୦୨୦ରେ କିଏ ଆମେରିକା ରାଷ୍ଟ୍ରପତି ହେଉଛି। ଯଦି କୌଣସି ଡେମୋକ୍ରାଟ ଆମେରିକାର ରାଷ୍ଟ୍ରପତି ହେଲେ ତେବେ ସେମାନେ ପ୍ରତିବର୍ଷ ୫୦୦ ବିଲିୟନ ଡଲାର ଚୂନ ଲଗେଇବା ଜାରି ରଖିବେ। ସେମାନେ ଏହା ମଧ୍ୟ ଜାଣିଛନ୍ତି ଯେ, ନିର୍ବାଚନରେ ମୁଁ ପୁଣି ଆସିବି। ଆମେରିକା ଇତିହାସରେ ରୋଜଗାର ତଥା ଆର୍ଥତ୍କ ସ୍ଥିତି ତାଙ୍କ ସମୟରେ ଭଲ ରହିଥିବା ଟ୍ରମ୍ପ କହିଛନ୍ତି। ତେଣୁ ତାଙ୍କର ଦ୍ୱିତୀୟ ପାଳିରେ ବାଣିଜି୍ୟକ ଆଲୋଚନା ହେଲେ ଏହା ଚାଇନା ପାଇଁ ମଙ୍ଗଳକର ହେବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ଏଣୁ ବର୍ତ୍ତମାନ ଆଲୋଚନା କରିନେବା ଚାଇନା ଲାଗି ମଙ୍ଗଳକାରୀ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Video: ପାକିସ୍ତାନ ସେନା ଉପରେ ଆକ୍ରମଣର ପ୍ରଥମ ଭିଡିଓ ଜାରି କଲା ବିଏଲଏ

ନୂଆଦିଲ୍ଲୀ, ୧୬ା୩: ବାଲୁଚ୍ ଲିବରେସନ୍ ଆର୍ମି (BLA) ଏକ କନଭଏ ଉପରେ ଆକ୍ରମଣରେ ୯୦ ଜଣ ପାକିସ୍ତାନୀ ସାମରିକ କର୍ମଚାରୀଙ୍କୁ ହତ୍ୟା କରିଥିବା ଦାବି କରିବାର...

ଟ୍ରମ୍ପଙ୍କୁ ବିଶ୍ୱାସ କଲେ ମୋଦି, ପାକିସ୍ତାନକୁ ନେଇ କହିଲେ ଏମିତି…

ନୂଆଦିଲ୍ଲୀ,୧୬ା୩: ପ୍ରସିଦ୍ଧ ପୋଡକାଷ୍ଟର ଏବଂ ଏଆଇ ଗବେଷକ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରିଛନ୍ତି। ସେ ଚାଇନା-ଭାରତ...

ନର୍ଥ ମାସିଡୋନିଆ ନାଇଟ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ୫୧ ମୃତ, ୧୦୦ରୁ ଅଧିକ ଆହତ

ସ୍କୋପଜେ,୧୬।୩: ରବିବାର ଭୋର ସମୟରେ ଉତ୍ତର ମାସିଡୋନିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ କୋକାନିରେ ଅବସ୍ଥିତ ପଲ୍ସ ନାଇଟ କ୍ଲବରେ ଏକ ଭୟଙ୍କର ଅଗ୍ନିକାଣ୍ଡ...

ଅପେକ୍ଷାର ହେବାକୁ ଯାଉଛି ଅନ୍ତ! ସ୍ପେସ୍‌ ଷ୍ଟେଶନରେ ପହଞ୍ଚିଲେ କ୍ରୁ-୧୦ ଟିମ୍‌, ଫେରିବେ ସୁନୀତା-ବୁଚ୍‌

ନୂଆଦିଲ୍ଲୀ,୧୬।୩: ଏବେ ସୁନିତା ୱିଲିୟମ୍ସଙ୍କ ପୃଥିବୀକୁ ଫେରିବାର ଅପେକ୍ଷା ଧୀରେ ଧୀରେ ଶେଷ ହେବାକୁ ଯାଉଛି। କ୍ରୁ-୧୦ ଦଳ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଛି। ସୁନିତା...

ପାକିସ୍ତାନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି BLA: ସେନାର Convoy ଉପରେ ବଡ଼ ଆକ୍ରମଣ, ୯୦ ଯବାନ ମୃତ

ଇସଲାମାବାଦ,୧୬।୩: ପାକିସ୍ତାନରେ ପୁଣି ଥରେ ଏକ ବଡ଼ ଆକ୍ରମଣ ହୋଇଛି। ଏଥର ବାଲୁଚ ଆତଙ୍କବାଦୀମାନେ ପାକିସ୍ତାନ ସେନାକୁ ଟାର୍ଗେଟ କରିଛନ୍ତି। ଏହି ଆକ୍ରମଣ ଭାରତରେ ହୋଇଥିବା...

ଏଣିକି ଭଏସ କମାଣ୍ଡରେ ସ୍କ୍ରୋଲ କରିପାରିବେ Instagram ରିଲ୍ସ, ଜାଣନ୍ତୁ ନୂଆ ଫିଚର ବିଷୟରେ…

ଏଣିକି ଭଏସ କମାଣ୍ଡ ଦେଲେ Instagram ରିଲ ସ୍ବୟଂଚାଳିତ ଭାବରେ ସ୍କ୍ରୋଲ ହେବ। ଆପଣଙ୍କୁ ଡିସପ୍ଲେକୁ ଛୁଇଁବାକୁ ମଧ୍ୟ ପଡିବ ନାହିଁ। କେବଳ ଗୋଟିଏ ଭଏସରେ...

କମିଲା ରେଲଓ୍ବେର ଏହି ଷ୍ଟକ, ମାର୍ଚ୍ଚ ୨୦ ଭିତରେ ଶୀଘ୍ର କିଣି ନିଅନ୍ତୁ!

ଚଳିତ ସପ୍ତାହରେ ଇଣ୍ଡିଆନ ରେଲୱେ ଫାଇନାନ୍ସ କର୍ପୋରେସନ (IRFC)ର ଶେୟାର ଖବରରେ ଅଛି। କମ୍ପାନୀ ୧୭ ମାର୍ଚ୍ଚ, ୨୦୨୫ ରେ ବୋର୍ଡ ବୈଠକର ତାରିଖ ସ୍ଥିର...

କାହିଁକି ହୁ ହୁ ହୋଇ ବଢୁଛି ଜମିର ମୂଲ୍ୟ, ସାମ୍ନାକୁ ଆସିଲା ବଡ଼ ସତ

ଗତ କିଛି ବର୍ଷ ମଧ୍ୟରେ ରିଅଲ ଇଷ୍ଟେଟ ସେକ୍ଟରରେ ଏକ ବଡ଼ ଉନ୍ନତିର ସାକ୍ଷୀ ହୋଇଛି। କେବଳ ଫ୍ଲାଟ ନୁହେଁ, ଜମିର ମୂଲ୍ୟ ମଧ୍ୟ ଦ୍ରୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image