ଚାଇନାକୁ ଦେବାକୁ ପଡ଼ିବ କରୋନା ସମ୍ପର୍କିତ ତଥ୍ୟ: ସୟଦ ଆକବରଉଦ୍ଦିନ୍

ଜେନେଭା, ୪ ।୪:ସାରା ପୃଥିବୀରେ କରୋନ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି । ଚାଇନାର ଉହାନ ସହରର ମାଂସ ବଜାରରୁ କରୋନା ସଂକ୍ରମଣ ଆରମ୍ଭ ହୋଇଥିବା ନେଇ କୁହାଯାଉଛି । ତେବେ ଚାଇନା ପକ୍ଷରୁ କରୋନା ସମ୍ପର୍କିତ ପ୍ରଦାନ କରାଯାଉଥିବା ତଥ୍ୟ ନେଇ ସନ୍ଦେହ ବଢୁଥିବା କୁହାଯାଉଛି । ଏହି ପରିପ୍ରେକ୍ଷୀରେ ଜାତିସଂଘରେ ଅବସ୍ଥାପିତ ଥିବା ଭାରତୀୟ ରାଷ୍ଟ୍ରଦୂତ ସୟଦ ଆକବରଉଦ୍ଦିନ୍ କହିଛନ୍ତି ଯେ, ଚାଇନାକୁ ଏନେଇ ଉପଯୁକ୍ତ ତଥ୍ୟ ପୃଥିବୀର ସମସ୍ତ ରାଷ୍ଟ୍ର ସମ୍ମୁଖରେ ଉପସ୍ଥାପନ କରିବାକୁ ପଡ଼ିବ । ସୂଚନାଯୋଗ୍ୟ, ଜାତିସଂଘର ସୁରକ୍ଷା ପରିଷଦର ସଦସ୍ୟ ଥିବା ଚାଇନା କରୋନା ସଂକ୍ରମଣ ନେଇ ମାର୍ଚ୍ଚରେ ଆଲୋଚନା କରିବାକୁ ଅମଙ୍ଗ ହୋଇଥିବା କୁହାଯାଉଛି । ମାତ୍ର ଚାଇନା ଏହାର ଉତ୍ତର ଦେବା ଆବଶ୍ୟକ ବୋଲି ସୟଦ ଆକବରଉଦ୍ଦିନ୍ କହିଛନ୍ତି ।

Share