ଚାଇନାକୁ ପଛରେ ପକାଇଲା ଇଟାଲି: ମୃତଦେହ ସଂସ୍କାର ପାଇଁ ନେବାକୁ ପଡୁଛି ସେନାର ସହାୟତା

ରୋମ,୨୦।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇ ଇଟାଲିରେ କାୟା ବିସ୍ତାର କରି ଚାଲିଛି। ଏବେ ପର୍ଯ୍ୟନ୍ତ ଇଟାଲିରେ କରୋନା ଭାଇରସରେ ମୃତକଙ୍କ ସଂଖ୍ୟା ପହଞ୍ଚିଛି ୩,୪୦୫ରେ ଯାହା ଚାଇନାଠାରୁ ଅଧିକ। ଚାଇନାରେ ଏବେ ମୃତକଙ୍କ ସଂଖ୍ୟା ରହିଛି ୩,୨୫୦। ସେହିପରି କେବଳ ୟୁରୋପରେ ସଂକ୍ରମିତଙ୍କ ସଂଖ୍ୟା ୪୧୦୦୦ରେ ପହଞ୍ଚିଥିବା ବେଳେ ଏବେ ଏହା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଗୋଟିଏ ଦିନରେ ଇଟାଲିରେ ଶହ ଶହ ଲୋକଙ୍କ ମୃତ୍ୟୁ ହେଉଥିବାରୁ ସେଠାରେ ମୃତଦେହର ସଂସ୍କାର ପାଇଁ ଅସୁବିଧା ଉପୁଜିଥିବା ଦେଖାଯାଇଛି। ବୁଧବାର ସେଠାରେ ଏକାଥରେ ୪୭୫ ଜଣଙ୍କ ମୃତ୍ୟୁ ହୋଇଥିବାରୁ ଏମାନଙ୍କୁ କବର ଦେବା ଲାଗି ସେନାର ସହାୟତା ନିଆଯାଇଥିବା କୁହାଯାଉଛି। କେତେ ଗୁଡିଏ ମୃତଦେହକୁ କବର ଦେବା ଲାଗି ସହର ବାହାରକୁ ନିଆଯାଇଥିବା କୁହାଯାଉଛି।

Share