ଚାଇନାକୁ ପଛରେ ପକାଇଲା ବ୍ରିଟେନ୍‌: ୧୦ ଦିନରେ ୪୦୦୦ ଶଯ୍ୟା ବିଶିଷ୍ଟ ନାଇଟେଙ୍ଗଲ୍‌ ହସ୍ପିଟାଲର ନିର୍ମାଣ ଶେଷ

ଲଣ୍ଡନ,୨।୪: କରୋନା ସଂକ୍ରମଣର ମୁକାବିଲା ପାଇଁ ଚାଇନାର ପ୍ରସ୍ତୁତିକୁ ବ୍ରିଟେନ୍‌ ପଛରେ ପକାଇ ଦେଇଛି। ଲଣ୍ଡନରେ ବ୍ରିଟେନ ସୈନ୍ୟ ବାହିନୀ ପକ୍ଷରୁ ୪୦୦୦ ଶଯ୍ୟା ବିଶିଷ୍ଟ ନାଇଟେଙ୍ଗଲ୍‌ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ମାତ୍ର ୧୦ ଦିନରେ ଶେଷ ହୋଇଛି। ପୂର୍ବରୁ ଚାଇନା କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ୧୦ ଦିନରେ ୧୦୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରିଥିଲା। ଲଣ୍ଡନରେ ନିର୍ମିତ ହୋଇଥିବା ନାଇଟେଙ୍ଗଲ୍‌ ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଇତିମଧ୍ୟରେ ଆରମ୍ଭ ହୋଇଛି। ଏବେ ସୋସିଆଲ ମିଡ଼ିଆରେ ଏହି ହସ୍ପିଟାଲର ୩୨ ସେକେଣ୍ଡ ଏକ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share