ଚାଇନାକୁ ପ୍ରଶଂସା କଲେ ଟ୍ରମ୍ପ

ଓ୍ବାଶିଂଟନ, ୩ା୪: କରୋନା ଭାଇରସ୍‌ ସ୍ଥିତି ବିଶ୍ୱରେ ଉଦ୍‌ବେଗଜନକ ରହିଥିବା ବେଳେ ଚାଇନାରେ ଏହା କେତେକାଂଶରେ ନିୟନ୍ତ୍ରଣାଧୀନ ରହିଛି। ପୂର୍ବାପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା ସେଭଳି ଆଉ ନାହିଁ। ଫଳରେ ଚାଇନା ଅନ୍ୟ କରୋନା ଭାଇରସ୍‌ ସଂକ୍ରମିତ ଦେଶଗୁଡ଼ିକୁ ସହଯୋଗ କରିବା ଲାଗି ଆଗେଇ ଆସିଛି। ବ୍ୟକ୍ତିଗତ ସୁରକ୍ଷା କିଟ୍ସ୍‌, ମେଡି ସପୋର୍ଟ ସହ ଅନ୍ୟାନ୍ୟ ସହଯୋଗ ଚାଇନା ଯୋଗାଇବା ଆରମ୍ଭ କରିଛି। ଚାଇନାର ଏଭଳି ପ୍ରୟାସକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ବାଗତ କରିଛନ୍ତି। ଜାହାଜ ଓ ବିମାନରେ ଚାଇନା ଅନ୍ୟ ଦେଶଗୁଡ଼ିକୁ ଏହା ଯୋଗାଉଛି। ନିଜେ ଅଙ୍ଗେ ଲିଭାଇଥିବା ଯନ୍ତ୍ରଣା ଅନ୍ୟକେହି ଯେମିତି ନ ଭୋଗନ୍ତୁ, ସେଥିଲାଗି ଚାଇନାର ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ଟ୍ରମ୍ପ କହିଛନ୍ତି, ଏମିତି ଅନେକ ଦେଶ ରହିଛି ଯେଉଁଠାରେ କରୋନା ଭାଇରସ୍‌ ବିରୋଧରେ ଲଢ଼େଇ କରିବାର ଯଥେଷ୍ଟ ଶକ୍ତି ନାହିଁ। ଯଦି ସେମାନଙ୍କୁ ଚାଇନା ସହଯୋଗ କରେ, ତାହା ସବୁଠାରୁ ଭଲ ହେବ ବୋଲି ଟ୍ରମ୍ପ କହିଛନ୍ତି।

Share