ଚାଇନାକୁ ଫେରୁଛି କରୋନା: ବେଜିଂର କିଛି ଅଞ୍ଚଳ ଲକ୍‌ଡାଉନ

ବେଜିଂ,୧୩।୬: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ସଂକ୍ରମଣ ଏବେ ଧୀରେ ଧୀରେ ସାରା ବିଶ୍ୱକୁ ବ୍ୟାପି ସାରିଛି। କିଛିଦିନ ତଳେ ଚାଇନାରେ କରୋନା ସଂକ୍ରମଣ କମ୍‌ ହୋଇଯାଇଥିବା ଦୃଷ୍ଟିରୁ ସେଠାରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଥିଲା। ହେଲେ ଶନିବାର ପୁଣିଥରେ ବେଜିଂରେ ୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବ ପରେ ଏଠାକାର କିଛି ଅଞ୍ଚଳକୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଦକ୍ଷିଣ ବେଜିଂର ଫେଙ୍ଗତାଇ ଜିଲାରେ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ନିକଟରେ ଥିବା ମାଂସ ମାର୍କେଟରୁ ଏହା ବ୍ୟାପିଥିବା କୁହାଯାଉଛି। ସୂଚନାଯୋଗ୍ୟ, ଏବେ କରୋନା ସଂକ୍ରମଣରେ ସାରା ବିଶ୍ୱରେ ୪ ଲକ୍ଷରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ୭୭ ଲକ୍ଷରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆମେରିକାର ସ୍ଥିତି ଏବେବି ଉଦ୍‌ବେଗଜନକ ରହିଛି।

Share