Categories: ଜାତୀୟ

ଚାଇନାରୁ ଦିଲ୍ଲୀକୁ ବ୍ୟାପିଲା କରୋନା ଭାଇରସ୍‌: ସନ୍ଦେହରେ ୩ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୨୮।୧: ଚାଇନାର କରୋନା ଭାଇରସ୍‌ ଆମେରିକା ସହିତ ବିଭିନ୍ନ ଦେଶକୁ ଧିରେ ଧିରେ ବ୍ୟାପିବାରେ ଲାଗିଛି। ଏଥିରୁ ମୁକୁଳିବା ପାଇଁ ସମସ୍ତ ଦେଶ ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ଭାରତରେ ମଧ୍ୟ କରୋନା ଭାଇରସ୍‌ର କିଛି ମାମଲା ସାମ୍ନାକୁ ଆସିଛି। ମୁମ୍ବାଇ, ଜୟପୁର ଓ ବିହାର ପରେ ଏବେ ଦିଲ୍ଲୀରେ କରୋନା ଭାଇରସ୍‌ ଚିହ୍ନଟ କରାଯାଇଛି। କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ୩ରୋଗୀଙ୍କୁ ଦିଲ୍ଲୀ ସ୍ଥିତ ଡାକ୍ତର ରାମ ମନୋହର ଲୋହିୟା (ଆରଏମ୍‌ଏଲ୍‌) ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେମାନଙ୍କର ଚିକିତ୍ସା ଚାଲିଥିବା ବେଳେ ରକ୍ତ ନମୂନାକୁ ଯାଞ୍ଚ ପାଇଁ ପଠାଯାଇଛି।

Share