Categories: ଜାତୀୟ

ଚାଇନାରୁ ଫେରିଥିବା ଭାରତୀୟମାନେ ମାସ୍କ ପିନ୍ଧି କଲେ ଡ୍ୟାନ୍ସ

ନୂଆଦିଲ୍ଲୀ,୨।୨: ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ୩୨୪ ଭାରତୀୟ ଚାଇନାରୁ ସ୍ବଦେଶ ଫେରିଛନ୍ତି। ଏମାନଙ୍କ ଭିତରେ ୩ ଶିଶୁ ଓ ୧୧ ଛାତ୍ର ରହିଛନ୍ତି। ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଦିଲ୍ଲୀର ଚାଓ୍ବଲାରେ ଆଇଟିବିପି ଯବାନଙ୍କ ଦ୍ୱାରା ପ୍ରସ୍ତୁତ ଆଇସୋଲେଶନ ସେଣ୍ଟର ଓ ହରିୟାଣାର ମାନେସରଠାରେ ଭାରତୀୟ ସେନା ଦ୍ୱାରା ପ୍ରସ୍ତୁତ ଶିବିରକୁ ପଠାଇ ଦିଆଯାଇଛି। ସେଠାରେ ଏହି ଭାରତୀୟମାନେ ମେଡିକାଲ ଅବଜରଭେଶନରେ ରହିବେ। ତେବେ ଶିବିରରେ ପହଞ୍ଚିବା ପରେ ଭାରତୀୟମାନେ ମାସ୍କ ପିନ୍ଧି ଡ୍ୟାନ୍ସ କରିଛନ୍ତି। ଏହାର ଏକ ଭିଡିଓ ସୋସିଆଲ ଭାଇରାଲ ହୋଇଛି। ଏୟାର ଇଣ୍ଡିଆରେ ପିଆରଓ ଧନଞ୍ଜୟ କୁମାର ଏହି ଭିଡିଓକୁ ନିଜ ଟୁଇଟରରେ ଶେୟାର କରିଛନ୍ତି। ସୂଚନାଯୋଗ୍ୟ, ଚାଇନାରେ ଥିବା ଭାରତୀୟଙ୍କୁ ଆଣିବା ଲାଗି ଶୁକ୍ରବାର ସକାଳୁ ନୂଆଦିଲ୍ଲୀରୁ ଯାତ୍ରା କରିଥିବା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଚାଇନାର ଉହାନ ସହରରେ ସା ସୁଦ୍ଧା ପହଞ୍ଚିଥିଲା। କରୋନା ଭୂତାଣୁ ଚାଇନାରେ ମହାମାରୀ ରୂପ ନେଇଥିବା ବେଳେ ସେଠାରେ ଥିବା ଭାରତୀୟଙ୍କୁ ନିଜ ଦେଶକୁ ଫେରାଇ ଆଣିବାକୁ ଏହି ସ୍ବତନ୍ତ୍ର ବିମାନ ଚାଇନା ଯାଇଥିଲା। କରୋନା ଭୂତାଣୁ ସଂକ୍ରମଣରେ ଚାଇନାରେ ଏପର୍ଯ୍ୟନ୍ତ ପ୍ରାୟ ୨୫୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ହଜାରରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି।

Share