Categories: ଜାତୀୟ

ଚାଇନାରୁ ଫେରୁଥିବା ୩ଶହ ଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ,୩୧।୧: ଚାଇନାରେ ଏବେ ମହାମାରୀ ରୂପ ନେଇଛି କରୋନା ଭୂତାଣୁ। ଏବେସୁଦ୍ଧା ଏଥିରେ ଆକ୍ରାନ୍ତ ହୋଇ ୨୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଆକ୍ରାନ୍ତ ଚିକତ୍ସିତ ହେଉଛନ୍ତି। ଏହାକୁ ନେଇ ଏବେ ସାରା ବିଶ୍ୱରେ ଏକ ପ୍ରକାର ଭାଳେଣି ପଡିଯାଇଛି। କାରଣ ଏବେ ଏହା ବିଭିନ୍ନ ଦେଶକୁ ବ୍ୟାପିଲାଣି। ଏବେ ଚାଇନାର ଉହାନ ସହରରୁ ଭାରତ ଫେରୁଥିବା ପ୍ରାୟ ୩ଶହ ଛାତ୍ରଙ୍କ ପାଇଁ ଭାରତୀୟ ସେନା ସ୍ବତନ୍ତ୍ର ବ୍ୟବସ୍ଥା କରିଥିବା ଜଣାପଡିଛି। ହରିୟାଣାର ମାନେସରଠାରେ ଏହି ବ୍ୟବସ୍ଥା କରାଯାଇଛି। ଏଠାରେ ଚାଇନାରୁ ଫେରିଥିବା ଛାତ୍ରମାନଙ୍କୁ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଚାଇନାର ଉହାନ ସହରରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ହୋଇଥିବା ବେଳେ ଏହି ସହରରୁ ଫେରୁଥିବା ଭାରତୀୟ ଛାତ୍ରଙ୍କ ମଧ୍ୟରେ ହୁଏତ କାହା ନିକଟରେ କରୋନା ଭୂତାଣୁ ଥାଇପାରେ ବୋଲି ଅନୁମାନ କରାଯାଉଛି।

Share