Categories: ଜାତୀୟ

ଚାଇନାରୁ ସ୍ବଦେଶ ଫେରିଥିବା ଭାରତୀୟ କରୋନା ମୁକ୍ତ: ବହିର୍ବ୍ୟାପାର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୬।୨: ଚାଇନାରୁ ସ୍ବଦେଶ ଫେରିଥିବା ୬୪୦ ଭାରତୀୟ କରୋନା ମୁକ୍ତ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଭାରତୀୟଙ୍କ ସହିତ ଥିବା ମାଳଦୀପର ୭ ଯାତ୍ରୀଙ୍କଠାରେ ମଧ୍ୟ କରୋନା ସଂକ୍ରମଣ ଲକ୍ଷଣ ନ ଥିବା ବହିର୍ବ୍ୟାପାର ପ୍ରବକ୍ତା ରବିଶ୍‌ କୁମାର କହିଛନ୍ତି। ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ ପକ୍ଷରୁ ପ୍ରଥମେ ୩୨୪ ଭାରତୀୟଙ୍କୁ ଏୟାରଲିଫ୍ଟ କରାଯାଇଥିଲା। ଏହାପରେ ୩୨୩ ଜଣଙ୍କୁ ମଧ୍ୟ ଏୟାରଲିଫ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରେ ୭ ଜଣ ମାଳଦୀପ ନାଗରିକ ଥିଲେ।

Share