ଲଣ୍ଡନ,୯।୬: ଚାଇନାରେ କରୋନା ସଂକ୍ରମଣ କେବେ ଆରମ୍ଭ ହୋଇଥିଲା ସେନେଇ ଲଣ୍ଡନର ହାର୍ବାର୍ଡ ମେଡ଼ିକାଲ ସ୍କୁଲ ପକ୍ଷରୁ କରାଯାଇଥିବା ଏକ ଗବେଷଣାରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ପ୍ରକୃତରେ ୨୦୧୯ ଅଗଷ୍ଟ ମାସରେ ଚାଇନାର ଉହାନରେ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା। ତେବେ ଏନେଇ ଚାଇନା ଡିସେମ୍ବରରେ ସୂଚନା ଦେଇଥିଲା। ଉପଗ୍ରହରୁ ମିଳିଥିବା ଚିତ୍ର, ହସ୍ପିଟାଲକୁ ଲୋକଙ୍କ ଯିବା ଆସିବା ଏବଂ ସର୍ଚ୍ଚ ଇଞ୍ଜିନ୍ ଡାଟା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି। ଅଗଷ୍ଟରେ ଉହାନ ହସ୍ପିଟାଲରେ ଅଧିକ ସଂଖ୍ୟକ ଡାଇରିଆ ଏବଂ ଥଣ୍ଡାକଫ ସମସ୍ୟା ଥିବା ଲୋକ ଆସିଥିବା ଡାଟାରୁ ଜଣାପଡ଼ିଛି। ଅଗଷ୍ଟ ମାସରେ ଏଭଳି ସମସ୍ୟା ଥିବା ରୋଗୀଙ୍କ ସଂଖ୍ୟା ପ୍ରାୟତଃ ଅଧିକ ନଥାଏ ବୋଲି ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।