ଚାଇନାରେ ଆଉ ଏକ ଭାଇରସ୍‌କୁ ବଢିଲା ଚିନ୍ତା

ବେଜିଂ,୧୮।୭: କରୋନା ସହ ଲଢୁଥିବା ବିଶ୍ୱ ସାମ୍ନାରେ ଏବେ ମାଙ୍କଡ ବି(ମଙ୍କି ବି) ଭାଇରସ୍‌ ବିପଦ ଉଭା ହୋଇଛି। ଚାଇନାରେ ଏହି ଭାଇରସ୍‌ ସଂକ୍ରମିତ ହୋଇଥିବା ପ୍ରଥମ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି। ଚାଇନାର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ରବିବାର ଏହି ସୂଚନା ଦେଇଛି। ଖବର ମୁତାବକ ମୃତ ବ୍ୟକ୍ତି ଜଣକ ବେଜିଂର ଜଣେ ପ୍ରାଣୀ ଚିକିତ୍ସକ। ସେ ଏକ ଅନୁସନ୍ଧାନ ସଂସ୍ଥାରେ କାମ କରୁଥିଲେ। ମାର୍ଚ୍ଚ ମାସ ଆରମ୍ଭରେ ଦୁଇ ମୃତ ମାଙ୍କଡଙ୍କ ବ୍ୟବଚ୍ଛେଦ କରିବାର ଏକ ମାସ ପରେ ତାଙ୍କ ଶରୀରରେ ବାନ୍ତିର ପ୍ରାରମ୍ଭିକ ଲକ୍ଷଣ ଦେଖାଯାଇଥିଲେ। ଗତ ମେ ୨୭ରେ ତାଙ୍କ ମୃତ୍ୟୁ ଘଟିଥିଲା।
ଚାଇନାର ପ୍ରାଣୀ ଚିକିତ୍ସକ ମଙ୍କି ବି ଦ୍ୱାରା ସଂକ୍ରମିତ ହୋଇ ମୃତ୍ୟୁବରଣ କରିବାର ଏହା ପ୍ରଥମ ଘଟଣା। ଅନୁସନ୍ଧାନକାରୀମାନେ ଏପ୍ରିଲରେ ଭେଟର ସେରେବ୍ରୋସ୍ପାଇନାଲ ଫ୍ଲୁଇଡ ସଂଗ୍ରହ କରିଥିଲେ। ପରୀକ୍ଷା ସମୟରେ, ଏଥିରେ ମାଙ୍କଡ ବିଭି ଭାଇରସ୍‌ ମିଳିଥିଲ। ଏହି ଭାଇରସ୍‌ ରେ ଦେଖା ଦେଇଥିଲା। ଏହା ସିଧାସଳଖ ଯୋଗାଯୋଗ ମାଧ୍ୟମରେ ବ୍ୟାପିଥାଏ। ଏହାର ମୃତ୍ୟୁ ହାର ୭୦ରୁ ୮୦ ପ୍ରତିଶତ ଅଟେ।

Share