ଚାଇନାରେ ଓ୍ବାଇଫା ବାତ୍ୟା: ରାସ୍ତାରେ ଖେଳିଲେ ମାଛ

ବେଜିଂ,୪।୮: ଚାଇନାରେ ଓ୍ବାଇଫା ବାତ୍ୟା ଯୋଗୁ ରାସ୍ତା ଘାଟ ପାଣିରେ ଭରି ଯାଇଛି। ଫଳରେ ରାସ୍ତାରେ ବଡ଼ ବଡ଼ ମାଛ ଖେଳୁଥିବା ଦେଖିବାକୁ ମିଳିଛି। ଲୋକେ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ବୋଟ୍‌ରେ ବସି ମାଛ ଧରୁଥିବା ଦୃଶ୍ୟ ଚାଇନା ଜାତୀୟ ଟେଲିଭିଜନରେ ପ୍ରସାରିତ ହୋଇଛି। ମାଛର ଓଜନ ୫ କିଲୋଗ୍ରାମ୍‌ରୁ ୧୦ କିଲୋଗ୍ରାମ୍‌ ପର୍ଯ୍ୟନ୍ତ ଥିବା କୁହାଯାଉଛି। ମାଛ ଧରିବାକୁ ଶହଶହ ଲୋକେ ଆଣ୍ଠୁଏ ପାଣିରେ ବୁଲୁଥିବା ଦେଖିବାକୁ ମିଳିଥିଲା।

Share