ଚାଇନାରେ କମାଲ୍‌ କରିବ ଗୋଲ୍ଡ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଗୋଲ୍ଡ’ ରିଲିଜ୍‌ ହେବା ପ୍ରାୟ ବର୍ଷେ ହେଲାଣି। ଏବେ ଏହା ଚାଇନାରେ ରିଲିଜ୍‌ ହେବ ବୋଲି ଅକ୍ଷୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଜଣାଇଛନ୍ତି। ଏଥିରେ ସେ ଚାଇନାରେ ରିଲିଜ୍‌ ହେବାକୁ ଥିବା ଫିଲ୍ମର ଏକ ପୋଷ୍ଟର ଶେୟାର କରିଛନ୍ତି। ଏହା ଡିସେମ୍ବର ୧୩ରେ ଚାଇନାରେ ରିଲିଜ୍‌ ହେବ। ଅଲିମ୍ପିକରେ ଭାରତ ଜିତିଥିବା ପ୍ରଥମ ଗୋଲ୍ଡ ମେଡାଲକୁ ନେଇ ଫିଲ୍ମଟି ନିର୍ମାଣ କରାଯାଇଛି। ଏହି ସ୍ପୋର୍ଟସ ଡ୍ରାମା ଫିଲ୍ମରେ ଅକ୍ଷୟ ହକି ଟିମ୍‌ର ମ୍ୟାନଜର ଭୂମିକାରେ ନଜର ଆସିଛନ୍ତି। ଏହାସହ ଟେଲିଭିଜନର ନାଗିନ ଭାବେ ପରିଚିତ ମୌନି ରାୟ ‘ଗୋଲ୍ଡ’ ମାଧ୍ୟମରେ ତାଙ୍କର ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଛନ୍ତି। ଏହା ବ୍ୟତୀତ ଭିକ୍କି କୌଶଲଙ୍କ ଭାଇ ସନ୍ନି କୌଶଲ ମଧ୍ୟ ଏହି ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି। ‘ଗୋଲ୍ଡ’ ଗତ ଅଗଷ୍ଟରେ ଭାରତରେ ରିଲିଜ୍‌ ହୋଇଥିବା ବେଳେ ପାଖାପାଖି ୧୦୮ କୋଟି ଟଙ୍କା ବ୍ୟବସାୟ କରିଥିଲା।

Share