ଚାଇନାରେ କରୋନା ଭାଇରସ୍‌ ଆତଙ୍କ:ଗଲାଣି ୨୧୨ ଜଣଙ୍କ ଜୀବନ, ୭୭୦୦ରୁ ଅଧିକ ସଂକ୍ରମିତ

ବେଜିଂ,୩୧।୧: ଚାଇନାରେ ବଢି ଚାଲିଛି କରୋନା ଭୂତାଣୁରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ଏବେସୁଦ୍ଧା ସେଠାରେ ଏହି ଭୂତାଣୁ ସଂକ୍ରମଣରେ ୨୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ୭୭୦୦ ନୂଆ ସଂକ୍ରମିତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଏହାକୁ ନେଇ ଏବେ ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା ୧୩୭୦ ହଜାର ପାଖାପାଖି ପହଞ୍ଚିଲାଣି। ସୂଚନାଯୋଗ୍ୟ, ଡିସେମ୍ବର ମାସରୁ ଚାଇନାର ଉହାନ ପ୍ରଦେଶରେ ଏହି ଭୟଙ୍କର କରୋନା ଭାଇରସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଧୀରେଧୀରେ ଏହା ଚାଇନାର ବିଭିନ୍ନ ପ୍ରାନ୍ତ ସମେତ ଏକାଧିକ ରାଷ୍ଟ୍ରକୁ ବ୍ୟାପିବା ଆରମ୍ଭ କରିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ଆରମ୍ଭରୁ ଏହାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ। ଏସବୁ ଭିତରେ ଭାରତରେ ପ୍ରଥମ କରୋନା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share