ବେଜିଂ,୬।୨: ଚାଇନାରେ କରୋନା ଭୁତାଣୁ ଆତଙ୍କ ଜାରି ରହିଛି। ସେଠାରେ କିଛି ପାକିସ୍ତାନୀ ଛାତ୍ର ରହିଛନ୍ତି। ତେବେ ପାକିସ୍ତାନ ସେମାନଙ୍କୁ ସ୍ବଦେଶ ଆଣିବା ନେଇ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଏପରିସ୍ଥଳେ ଛାତ୍ରମାନେ ଭାରତ ସହାୟତା ଲୋଡିଛନ୍ତି। ସେମାନେ ବିକଳରେ ଉହାନ୍ରୁ ସ୍ବଦେଶ ଫେରିବା ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏନେଇ ବହିର୍ବ୍ୟାପାର ପ୍ରବକ୍ତା ରବିଶ୍ କୁମାର କହିଛନ୍ତି ଯେ, ପାକିସ୍ତାନ ପକ୍ଷରୁ କୌଣସି ଯୋଗାଯୋଗ କରାଯାଇ ନାହିଁ। ତେବେ ଏସମ୍ପର୍କରେ ଚିନ୍ତା କରାଯିବ ବୋଲି ସେ କହିଛନ୍ତି।