ଚାଇନାରେ ଦୁର୍ବଳ ହେଉଛି କରୋନା: ୨୪ ଘଣ୍ଟାରେ ଘଟିନି କୌଣସି ସଂକ୍ରମଣ

ବେଜିଂ, ୧୯।୩: କରୋନା ସଂକ୍ରମଣ ଚାଇନାରେ ଏବେ ଦୁର୍ବଳ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ କୌଣସି ନୂଆ ସଂକ୍ରମଣ ଘଟଣା ଘଟି ନ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ବିଦେଶରୁ ଆସିଥିବା ଲୋକଙ୍କ ମଧ୍ୟରୁ ୩୪ଜଣଙ୍କ ନମୁନା ରିପୋର୍ଟ ପଜେଟିଭ୍‌ ଆସିଛି। ଚାଇନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦,୮୯୪ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୩,୨୩୭ ଛୁଇଁଛି। ସେହିପରି ୭୦,୪୨୦ ଜଣ ସଂକ୍ରମିତ ଚିକିତ୍ସା ପରେ ସୁସ୍ଥ ହୋଇ ପାରିଛନ୍ତି। ସେହିପରି ଚାଇନାରେ ୭,୨୬୩ ଆକ୍ଟିଭ୍‌ ସଂକ୍ରମର ମାମଲା ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୪,୯୮୯ ଜଣଙ୍କ ସ୍ଥିତି ସାମାନ୍ୟ ଥିବାବେଳେ ୨,୨୭୪ଜଣଙ୍କ ସ୍ଥିତି ଗୁରୁତର ରହିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share