ଚାଇନାରେ ବଢୁଛି ତାପମାତ୍ରା

ବେଜିଂ,୨୩ ।୭: ୟୁରୋପ ଓ ବ୍ରିଟେନ ପରେ ଏବେ ଆଗାମୀ ୧୦ ଦିନ ମଧ୍ୟରେ ପୂର୍ବରୁ ପଶ୍ଚିମ ଚାଇନା ପର୍ଯ୍ୟନ୍ତ ତାପମାତ୍ରା ବଢିବାର ସମ୍ଭାବନା ରହିଛି । କିଛି ଉପକୂଳ ଅଞ୍ଚଳରେ ହିଟୱେଭକୁ ନେଇ ପୂର୍ବରୁ ସତର୍କ ସୂଚନା ଜାରି କରାଯାଇଛି । ଚାଇନାର ଏହି ଅଞ୍ଚଳରେ ହୀମନଦୀ ତରଳୁଥିବାରୁ ଏହାକୁ ନେଇ ବି ଚେତାବନୀ ଜାରି କରାଯାଇଛି ।
ଶନିବାର ଚନ୍ଦ୍ର କ୍ୟାଲେଣ୍ଡରରେ ଚାଇନା ପଞ୍ଚାଙ୍ଗରେ ‘ଅଧିକ ଗରମ’ ଦିନ ବୋଲି କୁହାଯାଇଛି ଓ ଅନୁମାନ କରାଯାଇଛି କି ଏହି ଦିନ ଚାଇନାର ଅଧିକାଂଶ ସହରରେ ତାପମାତ୍ରା ବୃଦ୍ଧି ପାଇପାରେ । ରାଷ୍ଟ୍ରୀୟ ପାଣିପାଗ ବିଭାଗ କେନ୍ଦ୍ରର ମୁଖ୍ୟ ଅଧିକାରୀ ଫୁ ଜିୟାଓଲନ କହିଛନ୍ତି ଦେଶର କିଛି ଭାଗରେ ଆସନ୍ତା ୩ ଦିନ ମଧ୍ୟରେ ହିଟୱେଭ ସହ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅବା ଏହାଠାରୁ ଅଧିକ ହୋଇପାରେ ।
ଶୁକ୍ରବାର ଝିଂଜିୟାଙ୍ଗ ଅଞ୍ଚଳର କିଛି ସହରରେ ରେଡ ଆଲର୍ଟ ଜାରି କରାଯିବା ସହ କିଛି କଳ କାରଖାନା ଓ ଫ୍ୟାକ୍ଟ୍ରିକୁ ଚେତାବନୀ ଜାରି କରାଯାଇଥିଲା । ଲୋକେ ଘରେ, ଅଫିସରେ ଓ କାରଖାନାରେ ଏସିର ବ୍ୟବହାର ଅଧିକ କରିବାକୁ ରାଷ୍ଟ୍ରୀୟ ପାୱାର ଗ୍ରୀଡ ଉପରେ ଏହାର ପ୍ରଭାବ ପଡିଛି । କିଛି ଜଙ୍ଗଲରେ ନିକଟରେ ନିଆଁ ଲାଗିଯିବାର ଭୟ ଥିବା ବି କହିଛନ୍ତି ବିଶେଷଜ୍ଞ । ଏପଟେ ହୀମନଦୀ ତରଳୁଥିବାରୁ ଏହା ବି ବିପଦ ସୃଷ୍ଟି କରିପାରେ ।

Share