ଚାଇନାରେ ମୃତ୍ୟୁସଂଖ୍ୟା ୪୧

ବ୍ରାଜିଲ,୨୬ା୧: ଚାଇନାରେ କରୋନା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ଶନିବାର ୪୧ରେ ପହଞ୍ଚତ୍ଛି। ୧୩୦୦ରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୨୩୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟ ୧୯୬୫ ଜଣଙ୍କ ଠାରେ ଏହି ଭୂତାଣୁ ଥିବା ସନ୍ଦେହ କରାଯାଉଥିବାରୁ ସେମାନଙ୍କୁ ସ୍ବତନ୍ତ୍ର ଓ୍ବାର୍ଡରେ ରଖାଯାଇଛି। ସଂକ୍ରମଣର କେନ୍ଦ୍ରସ୍ଥଳ କୁହାଯାଉଥିବା ୟୁହାନ ସହରକୁ ବାହ୍ୟଜଗତରୁ ବିଚ୍ଛିନ୍ନ କରିଦିଆଯାଇଛି। ସେଠାର ଲୋକମାନଙ୍କୁ ବାହାରକୁ ନ ଯିବା ଲାଗି ବାରଣ କରାଯାଇଛି। ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଲାଗି ୧୫ ଦିନ ମଧ୍ୟରେ ଦ୍ୱିତୀୟ ହସ୍ପିଟାଲ ନିର୍ମାଣ କରିବାକୁ ଚାଇନା ସରକାର ଶନିବାର ଘୋଷଣା କରିଛନ୍ତି। ହଂକଂରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ସେଠାରେ ଜରୁରୀ ସ୍ଥିତି ଜାରି କରିଛନ୍ତି। ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯିବା ସହ ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ହଂକଂରେ ଏପର୍ଯ୍ୟନ୍ତ ୫ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି।

Share