ଚାଇନାରେ ଲକ୍‌ଡାଉନ ପରେ ବି ବଢୁଛି କରୋନା ସଂକ୍ରମଣ

ବେଜିଂ,୩ ।୧: ଚାଇନାର ଶିୟାନ ସହରରେ ଗତ ପ୍ରାୟ ୧୦ ଦିନ ହେବ ଲକଡାଉନ ଲାଗିଛି । ହେଲେ ନୂଆବର୍ଷ ପାଳନ ପରେ ଏଠାରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା କୁହାଯାଉଛି । ପାଖାପାଖି ୩ ସପ୍ତାହ ମଧ୍ୟରେ ଏହି ସହରରେ ୧,୫୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେଣି । ହେଲେ ଦେଶର ଅନ୍ୟ ସହରରୁ ମାତ୍ର ୨୦୦ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ଶିୟାନ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ହୋଇଥିବା ବେଳେ ଏଠାରେ ପ୍ରସିଦ୍ଧ ଟେରାକୋଟା ଯୁଦ୍ଧ ସଂଗ୍ରାହାଳୟ ରହିଛି । ସହରରେ ଶନିବାର ୧୨୨ ନୂଆ ସଂକ୍ରମିତ ସାମ୍ନାକୁ ଆସିଥିଲେ । ସରକାରୀ ସମାଚାର ଏଜେନ୍ସି ସିହ୍ନୁଆର ଖବର ଅନୁଯାୟୀ, ଉତ୍ତର-ପଶ୍ଚିମ ଶକ୍ତି ପ୍ରାନ୍ତର ରାଜଧାନୀ ଶିୟାନରେ ୯ ଡିସେମ୍ବରରରୁ ୧,୫୭୩ରୁ ଅଧିକ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।
ଅନ୍ୟପଟେ ବ୍ରିଟେନରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସମସ୍ତ ସ୍କୁଲରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି ।

Share