ଚାଇନାରେ ଲଗାତାର ୨ ଥର ଭୂକମ୍ପ: ୧୧ ଜଣଙ୍କ ମୃତ୍ୟୁ

ବେଜିଂ, ୧୮।୬: ଚାଇନାର ସିଚୁଆନ୍‌ ପ୍ରଦେଶରେ ଲଗାତାର ୨ଥର ଭୂକମ୍ପ ଅନୁଭୁତ ହୋଇଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨୨ଜଣ ଲୋକ ଆହତ ହୋଇଥିବା କୁହାଯାଉଛି। ସ୍ଥାନୀୟ ୟିବିନି ସହରରେ ସୋମବାର ରାତି ୧୦ଟା ୫୫ରେ ପ୍ରଥମ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ଥିଲା। ଏହା ପରେ ମଙ୍ଗଳବାର ଭୋର୍‌ ସମୟରେ ଦ୍ୱିତୀୟ ଭୂକମ୍ପ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ଥିଲା ବୋଲି ଚାଇନା ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୋଲିସ ସୂଚନା ଦେଇଛି।

Share