ଚାଇନାରେ ସ୍ଥିତି ଅଣାୟତ: ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ବେଜିଂ,୧୧।୨: ଚାଇନାର କରୋନା ମହାମାରୀ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୧୦୧୧ରେ ପହଞ୍ଚିଛି। ୪୨ ହଜାର ୬୦୦ଲୋକଙ୍କଠାରେ ଏହି ଭୁତାଣୁ ଚିହ୍ନଟ ହୋଇଛିି। ଦେଶର ୩୦ଟିରୁ ଅଧିକ ସହରରେ ଭୁତାଣୁ ସଂକ୍ରମଣ ହୋଇଥିବା ସନ୍ଦିଗ୍ଧ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ସୁସ୍ଥ ହେବାପରେ ୩୨୮୧ ଜଣ ଲୋକଙ୍କୁ ଘରକୁ ପଠାଇ ଦିଆଯାଇଛି। ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ମାସ୍କ୍‌ ପିନ୍ଧି ହସ୍ପିଟାଲ ପରିଦର୍ଶନ କରିଛନ୍ତି। ଏଭଳି ସମୟରେ ଧର୍ଯ୍ୟ ଧରିବାକୁ ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ସୂଚନାଯୋଗ୍ୟ, ପୃଥିବୀର ୨୭ରୁ ଅଧିକ ଦେଶରେ କରୋନା ଭୁତାଣୁ ସଂକ୍ରମଣ ହୋଇଛି।

Share