ଚାଇନାରେ ହାହାକାର: କରୋନା ମୃତ୍ୟୁ ସଂଖ୍ୟା ୪୯୦ ଛୁଇଁଲା; ୨୪ ହଜାରରୁ ଅଧିକଙ୍କ ଠାରେ ଚିହ୍ନଟ

ବେଜିଂ,୫।୨: ଚାଇନାର କରୋନା ମହାମାରୀ ହାହାକାର ସୃଷ୍ଟି କରିଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୪୯୦ରେ ପହଞ୍ଚିଛି। ସେହିପରି ୨୪ ହଜାର ୩ଶହ ୨୪ଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି। କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଚାଇନାର ୧୫ଟି ସହରରେ ସ୍ଥିତି ଗୁରୁତର ରହିଛି। ହୁବେଇ ପ୍ରଦେଶରେ ଇତିମଧ୍ୟରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଲକ୍ଷେ ୮୫ ହଜାର ଲୋକଙ୍କ ମେଡିକାଲ ଯାଞ୍ଚ୍‌ ଜାରି ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଏକ ହଜାର ଶଯ୍ୟା ବିଶିଷ୍ଟ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଶେଷ ହୋଇ ସେଠାରେ ଚିକିତ୍ସା ଆରମ୍ଭ ହୋଇଛି। ୧୩୦୦ ଶଯ୍ୟା ବିଶିଷ୍ଟ ଅନ୍ୟ ଏକ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଏବେ ଶେଷ ହୋଇଥିବାବେଳେ ସେଠାରେ ମଧ୍ୟ କରୋନା ସଂକ୍ରମିତଙ୍କ ଚିକିତ୍ସା ଆରମ୍ଭ ହେବ ବୋଲି କୁହାଯାଉଛି।

Share