ଚାଇନାରେ ହୋଇନି କୌଣସି ନୂଆ କରୋନା ସଂକ୍ରମଣ

ବେଜିଂ,୨୩।୫: ଜାନୁୟାରୀଠାରୁ ପ୍ରଥମ ଥର ପାଇଁ ଚାଇନାରେ କରୋନା ସଂକ୍ରମଣ ଶୂନରେ ପହଞ୍ଚିଛି। ଶନିବାର ଦେଶରେ କୌଣସି ନୂଆ କରୋନା ସଂକ୍ରମଣ ହୋଇ ନ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଏନେଇ ଗଣମାଧ୍ୟମ ସଂସ୍ଥା ଚାଇନା ମର୍ଣ୍ଣିଂ ପୋଷ୍ଟ୍‌ରେ ପ୍ରକାଶ ପାଇଛି। କରୋନାର ଏନ୍ତୁଡ଼ିଶାଳ ପାଲଟିଥିବା ଉହାନରେ ଫେବୃୟାରୀ ମଧ୍ୟଭାଗରେ କରୋନା ସଂକ୍ରମଣ ଶୀର୍ଷରେ ରହିଥିଲା। ପରବର୍ତ୍ତୀ ସମୟରେ ଏହା ଧୀରେଧୀରେ କମିବା ସହିତ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଦେଶରେ ୪ ହଜାର ୬୩୪ ଲୋକଙ୍କ ଜୀବନ କରୋନା ସଂକ୍ରମଣ ଯୋଗୁ ଯାଇଥିବା ସରକାରୀ ଭାବେ କୁହାଯାଉଛି। ଚାଇନାର ଜନସଂଖ୍ୟା ୧୪୦ କୋଟି ଥିବାବେଳେ ଅନ୍ୟ ଛୋଟ ଦେଶ ତୁଳନାରେ ଏଠାରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ତୁଳନାତ୍ମକଭାବେ କମ୍‌ ରହିଥିବା ମର୍ଣ୍ଣିଂ ପୋଷ୍ଟ୍‌ରେ ଉଲ୍ଲେଖ କରାଯାଇଛି।

Share