ଚାଇନାରେ ୨୭ ବିଦେଶୀ କରୋନା ଆକ୍ରାନ୍ତ

ବେଜିଂ,୧୧ା୨(ଆଇଏଏନ୍‌ଏସ୍‌/ପି.ଟି.): ଚାଇନାରେ ୨୭ ବିଦେଶୀଙ୍କଠାରେ କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ପରୀକ୍ଷାରୁ ଜଣାପଡିଛି। ସେମାନଙ୍କ ମଧ୍ୟରୁ ୩ ଜଣ ଚିକିତ୍ସିତ ହୋଇ ହସ୍ପିଟାଲରୁ ଘରକୁ ଫେରିଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨୨ ଜଣଙ୍କୁ ହସ୍ପିଟାଲରେ ଆଇସୋଲେଶନରେ ରଖାଯାଇଛି। ମୃତ ୨ ଜଣଙ୍କ ମଧ୍ୟରୁ ଜଣେ ଆମେରିକୀୟ ଓ ଅନ୍ୟଜଣେ ଜାପାନ ନାଗରିକ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଗେଙ୍ଗ ଶୁଆଙ୍ଗ କହିଛନ୍ତି। ଚାଇନାରେ କରୋନା ଜନିତ ମୃତ୍ୟୁସଂଖ୍ୟା ସୋମବାର ୯୦୮ରେ ପହଞ୍ଚତ୍ଛି। ହୁବେଇ ପ୍ରଦେଶରେ ଗୋଟିଏ ଦିନରେ ୯୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୦୬୨ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମଣଙ୍କ ସଂଖ୍ୟା ୪୦ ହଜାର ଟପିଲାଣି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ସୋମବାର ଅନ୍ତର୍ଜାତୀୟ ବିଶେଷଜ୍ଞମାନଙ୍କ ଏକ ଟିମ୍‌ ଚାଇନାକୁ ପଠାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ପତ୍ର ଲେଖି ସହାୟତାର ହାତ ବଢ଼ାଇଥିବାରୁ ବେଜିଂ ପକ୍ଷରୁ ଏହାର ପ୍ରଶଂସା କରାଯାଇଛି।

Share