ବେଜିଂ,୧୩।୧୦: ଚାଇନାର ଗୁଆଂଗ୍ସି ଜୁଆଙ୍ଗ ଅଞ୍ଚଳରେ ଶନିବାର ରାତି ପ୍ରାୟ ୧୧ଟା ସମୟରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୨। ଏହାର ସୂଚନା ଚାଇନା ଭୂକମ୍ପ ନେଟଓ୍ବର୍କ କେନ୍ଦ୍ର ଦେଇଛି। ଏପର୍ଯ୍ୟନ୍ତ ଏଥିରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଚାଇନା, ଇଣ୍ଡୋନେସିଆ ଓ ଜାପାନ ଭଳି ଭୂକମ୍ପ ପ୍ରବଣ ଅଞ୍ଚଳ ହୋଇ ନ ଥିବାରୁ ବିଶେଷ ଧରଣର କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି।