Categories: ଖେଳ

ଚାଇନାର ଅଲିମ୍ପିକ ଫୁଟବଲ କ୍ୱାଲିଫାୟର ସିଡ୍‌ନୀରେ

କୁଆଲାଲମ୍ପୁର, ୨୧ା୨ (ଏଏଫ୍‌ପି)-ଅଲିମ୍ପିକ ମହିଳା ଫୁଟ୍‌ବଲ କ୍ୱାଲିଫାୟର ଅନ୍ତର୍ଗତ ଦକ୍ଷିଣ କୋରିଆ ବିପକ୍ଷ ହୋମ୍‌ ଲେଗ୍‌ ମ୍ୟାଚ ଚାଇନା ଅଷ୍ଟ୍ରେଲିଆର ସିଡ୍‌ନୀରେ ଖେଳିବ। ଏସିଆନ ଫୁଟ୍‌ବଲ କନଫେଡେରେଶନ (ଏଏଫ୍‌ସି) ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଘାତକ କରୋନା ଭାଇରସ ଯୋଗୁ ଏହି ମ୍ୟାଚ ଚାଇନାରେ ଖେଳାଯିବା ସମ୍ଭବ ନ ଥିଲା। ବର୍ତ୍ତମାନ ଏହି ମ୍ୟାଚ ମାର୍ଚ୍ଚ ୧୧ରେ କ୍ୟାମ୍ପବେଲ ଟାଉନ୍‌ ଷ୍ଟାଡିୟମରେ ଖେଳାଯିବ। ମାର୍ଚ୍ଚ ୬ରେ ଦକ୍ଷିଣ କୋରିଆରେ ଦୁଇ ଦଳ ମଧ୍ୟରେ ପ୍ରଥମ ଲେଗ୍‌ ମ୍ୟାଚ ମାର୍ଚ୍ଚ ୬ରେ ଖେଳାଯିବ। ଦୁଇ ଲେଗ୍‌ ବିଶିଷ୍ଟ ପ୍ଲେ-ଅଫ୍‌ରେ ଯେଉଁ ଦଳ ବିଜୟ ଲାଭ କରିବ ଟୋକିଓ ଅଲିମ୍ପିକ ଯୋଗ୍ୟତା ହାସଲ କରିବ। ଜାପାନ ଅଲିମ୍ପିକ୍ସର ଆୟୋଜକ ହିସାବରେ ଯୋଗ୍ୟତା ହାସଲ କରିସାରିଛି। ସମାନ ଦିବସରେ ଅନ୍ୟ ଏକ ପ୍ଲେ-ଅଫ୍‌ ମ୍ୟାଚ ଅଷ୍ଟ୍ରେଲିଆ ଓ ଭିଏତ୍‌ନାମ ମଧ୍ୟରେ ହେବ। ଏହି ମ୍ୟାଚର ବିଜେତା ମଧ୍ୟ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବ। କରୋନା ଭାଇରସ ଯୋଗୁ ଚାଇନାରେ ହେବାକୁ ଥିବା ବଡ଼ ବଡ଼ ଇଭେଣ୍ଟକୁ ବର୍ତ୍ତମାନ ପାଇଁ ସ୍ଥଗିତ ଅବା ସ୍ଥାନାନ୍ତରିତ କରାଯାଇଛି। ଚାଇନାର କେନ୍ଦ୍ରାଞ୍ଚଳ ସହ ଉହାନରେ ଗତ ଡିସେମ୍ବରରେ କରୋନା ଭାଇରସର ଆବିର୍ଭାବ ଘଟିଥିଲା। ଏଥିରେ ଚାଇନାରେ ପ୍ରାୟ ୨,୨୦୦ ଲୋକ ମୃତ୍ୟୁବରଣ କରିସାରିଲେଣି। ଚଳିତ ମାସରେ ଅଷ୍ଟ୍ରେଲିଆରେ ଏକ କ୍ୱାଲିଫାଇଙ୍ଗ ଟୁର୍ନାମେଣ୍ଟରେ ତିନୋଟି ଯାକ ମ୍ୟାଚ ଜିତି ଚାଇନା ମହିଳା ଦଳ ପ୍ଲେ-ଅଫ୍‌ରେ ପହଞ୍ଚତ୍ଥିଲା। ଏହି ପ୍ରତିଯୋଗିତା ପ୍ରଥମେ ଉହାନଠାରେ ହେବାର କାର୍ଯ୍ୟକ୍ରମ ଥିଲା।

Share