Categories: ଜାତୀୟ

ଚାଇନାର ‘କଶ୍ମୀର’ ମନ୍ତବ୍ୟକୁ ଭାରତର ବିରୋଧ

ନୂଆଦିଲ୍ଲୀ,୨୯ା୯(ପି.ଟି.): ଜାତିସଂଘରେ ଚାଇନା କଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ଭାରତ ଏହାର ଦୃଢ଼ ବିରୋଧ କରିଛି। ୟୁଏନ୍‌ଜିଏରେ ଉଦ୍‌ବୋଧନ ଦେଇ ଚାଇନା କହିଥିଲା, ଜାତିସଂଘ ନିୟମାବଳୀ, ସୁରକ୍ଷା ପରିଷଦର ସଂକଳ୍ପନାମା ଓ ଦ୍ୱିପାକ୍ଷିକ ଚୁକ୍ତିନାମା ଆଧାରରେ ଏହି ବିବାଦର ଶାନ୍ତିପୂର୍ଣ୍ଣ ଓ ଉପଯୁକ୍ତଭାବେ ସମାଧାନ ହେବା ଉଚିତ। କଶ୍ମୀର ସ୍ଥିତିରେ ପରିବର୍ତ୍ତନ ଲାଗି ଏକପାଖିଆ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ନୁହେଁ ବୋଲି ବେଜିଂ କହିଥିଲା। ଶନିବାର ଭାରତ ଏହାର ପ୍ରତିବାଦ କରିଛି। କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ଏହାର ସାର୍ବଭୌମତ୍ୱକୁ ସବୁ ଦେଶ ସମ୍ମାନ ଦେବା ଉଚିତ ବୋଲି ନୂଆଦିଲ୍ଲୀ କହିଛି।

Share