ଚାଇନାର ଚିନ୍ତା ବଢ଼ିଲା: ଏଫ୍‌-୧୬ ଯୁଦ୍ଧ ବିମାନ ତାଇଓ୍ବାନକୁ ବିକ୍ରି କରିବ ଆମେରିକା

ଓ୍ବାଶିଂଟନ,୨୧।୮: ଆମେରିକା-ତାଇଓ୍ବାନ ସାମରିକ ସରଞ୍ଜାମ ଚୁକ୍ତି ଯୋଗୁ ଚାଇନାର ଚିନ୍ଥା ବଢ଼ିବାରେ ଲାଗିଛି। ଆମେରିକା ତାଇଓ୍ବାନକୁ ୬୬ଟି ଏଫ୍‌-୧୬ ଯୁଦ୍ଧ ବିମାନ ବିକ୍ରି କରିବାକୁ ସହମତି ଦେଇଛି। ଏଥିପାଇଁ ୮ ବିଲିୟନ୍‌ ଡଲାର ଚୁକ୍ତି ହୋଇଥିବା କୁହାଯାଉଛି। ଏହି ଦ୍ୱିପାକ୍ଷିକ ଚୁକ୍ତିକୁ ଆମେରିକା ରାଷ୍ଟ୍ରପ୍ରତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସବୁଜ ସଙ୍କେତ ମିଳିଥିବା ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌ସ ମାଇକ୍‌ ପମ୍ପିଓ ସୂଚନା ଦେଇଛନ୍ତି। ଏହାଦ୍ୱାରା ତାଇଓ୍ବାନର ସାମରିକ ଶକ୍ତି ବୃଦ୍ଧି ପାଇବ। ତେବେ ଏହା ଯୋଗୁ ଚାଇନା ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଥିବା କୁହାଯାଉଛି।

Share