ଚାଇନାର ଚେତାବନୀ: ୨୦ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିବ କରୋନା ଭୂତାଣୁ

ବେଜିଂ, ୨୦।୬: କରୋନା ସଂକ୍ରମଣ ନେଇ ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ଏପରିସ୍ଥଳେ ଚାଇନାର ମହାମାରୀ ବିଶେଷଜ୍ଞ ଲି ଲାନଜୁଆନ୍‌ ଚେତାବନୀ ଦେଇଛନ୍ତି ଯେ, ମାଇନସ୍‌ ୨୦ ଡିଗ୍ରୀ ତାପମାତ୍ରା ମଧ୍ୟରେ କରୋନା ଭୂତାଣୁ ୨୦ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିପାରିବ। ମାଇନସ୍‌ ୪ ଡିଗ୍ରୀରେ ଏହି ଭୂତାଣୁ ଏକାଧିକ ମାସ ସକ୍ରିୟ ରହିବ। ଏନେଇ ଚାଇନା ଗଣମାଧ୍ୟମ ସଂସ୍ଥା ଗ୍ଲୋବାଲ ଟାଇମ୍ସ୍‌ରେ ପ୍ରକାଶ ପାଇଛି। ଅତ୍ୟଧିକ ଥଣ୍ଡାରେ କରୋନା ଭୂତାଣୁ ସୁରକ୍ଷିତ ରହିଥାଏ ବୋଲିଥିବାବେଳେ ଚାଇନ ଲାନଜୁଆନ୍‌ କହିଛନ୍ତି। ତେଣୁ ଥଣ୍ଡା ଖାଦ୍ୟଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି। ଇତିମଧ୍ୟରେ ଚାଇନାର ଫୁଡ୍‌ ମାର୍କେଟରୁ ୨୦୦ ନମୁନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ବହୁ ନମୁନା କରୋନେ ପଜିଟିଭ୍‌ ଥିବା ଜଣାପଡ଼ିଛି।

Share