ହଂକଂ,୨୫।୫: ହଂକଂରେ ଚାଇନାର ଜାତୀୟ ନିରାପତ୍ତା ଆଇନକୁ ବିରୋଧ କରି ରବିବାର ବହୁସଂଖ୍ୟକ ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଛନ୍ତି। ଏହି ପ୍ରସ୍ତାବିତ ଆଇନ ସହରର ସ୍ବାଧୀନତା ପ୍ରତି ବିପଦ ସାଜିବା ସହ ‘ଗୋଟିଏ ଦେଶ, ଦୁଇଟି ବ୍ୟବସ୍ଥା’ ସିଦ୍ଧାନ୍ତକୁ ପ୍ରୋତ୍ସାହିତ କରିବ ବୋଲି ବିକ୍ଷୋଭକାରୀମାନେ ଏହାର ପ୍ରତିବାଦ କରିଥିଲେ। ପୋଲିସ ଭିଡ଼କୁ ଆୟତ୍ତ କରିବାକୁ ଯାଇ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ଦୁଇଦିନ ତଳେ ଚାଇନା ପାର୍ଲାମେଣ୍ଟର ନ୍ୟାଶନାଲ ପିପୁଲ୍ସ କଂଗ୍ରେସରେ ହଂକଂ ସମ୍ପର୍କରେ ଏହି ଆଇନର ଚିଠା ପ୍ରଣୟନ କରାଯାଇଛି। ଆସନ୍ତା ୨୮ରେ ଏହା ଗୃହୀତ ହେବ ବୋଲି କୁହାଯାଉଛି।