Categories: ଜାତୀୟ

ଚାଇନାର ପୂର୍ବତନ ଯବାନଙ୍କୁ ଭାରତ ଆସିବାକୁ ଭିଜା ମିଳିଲା

ଭୋପାଳ,୬-୯(ପି.ଟି.): ଚାଇନାର ଜଣେ ପୂର୍ବତନ ଯବାନ ଓ୍ବାଙ୍ଗ୍‌ ଚାଙ୍ଗ୍‌ କି(୮୦)ଙ୍କୁ ଭାରତ ଫେରିବା ଲାଗି ଭିଜା ମିଳିଛି। ୧୯୭୪ରେ ସେ ମଧ୍ୟପ୍ରଦେଶରେ ବିବାହ କରି ୨୦୧୭ରେ ଚାଇନା ଫେରିଯାଇଥିଲେ। ଭାରତ ଫେରି ନିଜର ସ୍ତ୍ରୀ, ପିଲାଙ୍କୁ ଦେଖିବା ଲାଗି ତାଙ୍କୁ ଭିଜା ମିଳିଛି। ୧୯୬୨ ଯୁଦ୍ଧ ପରେ ଗୋଇନ୍ଦାଗିରି କରି ଭାରତୀୟ ସେନା ଦ୍ୱାରା ଗିରଫ ହୋଇ ସେ ଜେଲ ଯାଇଥିଲେ। ଜେଲରୁ ମୁକୁଳିବା ପରେ ସେ ମଧ୍ୟପ୍ରଦେଶର ତିରୋଡ଼ା ଗ୍ରାମରେ ଜଣେ ଯୁବତୀଙ୍କୁ ବିବାହ କରି ରହିଯାଇଥିଲେ। ତାଙ୍କର ଏବେ ୨ ପୁଅ ଓ ୨ ଝିଅ ଅଛନ୍ତି। ସ୍ତ୍ରୀ ରୋଗରେ ପଡ଼ି ୨୦୧୭ରେ ପ୍ରାଣ ହରାଇଥିଲେ। ଏବେ ଭାରତକୁ ଆସିବା ଲାଗି ତାଙ୍କୁ ଭିଜା ମିଳିଥିବାରୁ ପରିବାରରେ ଖୁସିର ଲହରି ଖେଳିଯାଇଛି ।

Share