ବେଜିଂ,୧୩।୭: ଭାରତରେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଜୋର୍ସୋର୍ରେ ଜାରି ରହିଛି। ତେବେ ଚାଇନାର ଭିକାରି ମଧ୍ୟ ଏ କ୍ଷେତ୍ରରେ ବେଶ୍ ଆଗୁଆ ରହିଛନ୍ତି। ସେମାନେ ଭିକ ମାଗିବା ପାଇଁ କ୍ୟୁଆର୍ କୋଡ୍ର ବ୍ୟବହାର କରୁଛନ୍ତି। ଚାଇନାରେ କ୍ୟାସ୍ଲେସ୍ ବା ବିନା ନଗଦ କାରବାର ପ୍ରତିଟି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଛି। ଲୋକଙ୍କ ପାଖରେ ନଗଦ ନ ଥିବାରୁ ଏଠାକାର ଭିକାରି କ୍ୟୁଆର୍ କୋଡ୍ ଦ୍ୱାରା ଏପରି କରୁଛନ୍ତି। ଏଠାକାର ଭିକାରି ଏବେ ଅଧିକ ସଂଖ୍ୟାରେ ମୋବାଇଲ୍ ପେମେଣ୍ଟ୍କୁ ଗ୍ରହଣ କରିଛନ୍ତି। ମାତ୍ର ଏହାଦ୍ୱାରା ଭିକ ଦେଉଥିବା ଲୋକଙ୍କ ତଥ୍ୟକୁ ଭିକାରିମାନେ ଅନ୍ୟ ସଂସ୍ଥାକୁ ବିକ୍ରି କରୁଥିବା କୁହାଯାଉଛି। ତଥ୍ୟ ପିଛା ଭିକାରି ୭ରୁ ୧୫ ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି। ସୂଚନାଯୋଗ୍ୟ, ୧୯୯୪ରେ ଜାପାନରେ ପ୍ରଥମେ କ୍ୟୁାର୍ କୋଡ୍ ସିଷ୍ଟମ୍ର ବ୍ୟବହାର କରାଯାଇଥିଲା।