ଚାଇନାର ସମରାଭ୍ୟାସ ନେଇ ଆପତ୍ତି ଜଣାଇଲା ଫିଲିପାଇନ୍ସ…

ବେଜିଂ,୨୩।୯ : ବିବାଦୀୟ ଦକ୍ଷିଣ ଚାଇନା ସାଗର ଅଞ୍ଚଳରେ ଚାଇନା ଜାହାଜଗୁଡିକର ସମରାଭ୍ୟାସ ନେଇ ଫିଲିପାଇନ ଆପତ୍ତି ଜଣାଇଛି। ଏହା ଯୁଦ୍ଧକୁ ଉସୁକାଇବା କାର୍ଯ୍ୟ ବୋଲି ଫିଲିପାଇନ ଅଭିଯୋଗ ଆଣିଛି। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଘଟଣା ଦୁଇ ପଡୋଶୀ ଦେଶ ମଧ୍ୟରେ ଜାରି ରହିଥିବା ତିକ୍ତତାକୁ ପୁଣି ବଢ଼ାଇଛି।

ଦେଶର ତଟରକ୍ଷୀ ବାହିନୀ ସୂଚନା ଦେଇଛନ୍ତି ସେମାନେ ଆୟଗିନ ଶୋଲ ବା ଚାଇନାରେ ରେନ୍ନାଇ ରିଫ ନାମରେ ଜଣାଶୁଣା ଥିବା ଅଞ୍ଚଳ ନିକଟରେ ଏକ ନିତି ଦିନିଆ ପାଟ୍ରୋଲିଂ ସମୟରେ ସେମାନେ ଆଠଟି ଚାଇନା ଜାହାଜର ସହିତ ମୁହାଁମୁହିଁ ହୋଇଥିଲେ। ଚାଇନାର ଏହି ଜାହାଜଗୁଡ଼ିକ ସେମାନଙ୍କ କ୍ରୁ ସଦସ୍ୟଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ତେବେ ଘଟଣାର ନିର୍ଦ୍ଦିଷ୍ଟ ବିବରଣୀ ପ୍ରକାଶ କରାଯାଇ ନାହିଁ। ଏହି ସମରାଭ୍ୟାସରେ ଚାଇନାର ୪ କୋଷ୍ଟଗାର୍ଡ ଜାହାଜ ଏବଂ ୪ ସାମୁଦ୍ରିକ ମିଲିସିଆ ଡଙ୍ଗା ସାମିଲ ହୋଇଥିଲେ।

ଏହାପୂର୍ବରୁ, ଫିଲିପାଇନ୍ସ ଚାଇନାର ତଟରକ୍ଷୀ ବାହିନୀ ଜାହାଜ ଉପରେ ଜଳ ତୋପ ଗୁଳି ଚଳାଇଥିବା ଅଭିଯୋଗ କରିଥିଲା।
ସାମୁଦ୍ରିକ ସୁରକ୍ଷା ଉପରେ ପାଶ୍ଚାତ୍ୟ ବିଶେଷଜ୍ଞମାନେ କହିଛନ୍ତି ଦକ୍ଷିଣ ଚାଇନା ସାଗର ତଥା ଅନ୍ୟାନ୍ୟ ଅଞ୍ଚଳରେ ନିଜର ଆଞ୍ଚଳିକ ଦାବିକୁ ଆଗକୁ ବଢ଼ାଇବା ପାଇଁ ବେଜିଂ ଶହ ଶହ ଜାହାଜ, ଏକ ଅନୌପଚାରିକ ତଥା ଆନୁଷ୍ଠାନିକ ଭାବରେ ବିପୁଳ ଶକ୍ତି ସହିତ ଏକ ସାମୁଦ୍ରିକ ମିଲିସିଆ ବଜାୟ ରଖିଛି। ଫିଲିପାଇନ୍ସ ଦାବି କରିଛି ଐତିହାସିକ ଆଞ୍ଚଳିକ ବିବାଦର ସ୍ଥାନ ଆୟଗିନ ଶୋଲ ଠାରେ ହୋଇଥିବା ଉଭୟ ଘଟଣାରେ ମିଲିସିଆ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି।

ତେବେ ଚାଇନା କେବେ ବି ଆନୁଷ୍ଠାନିକ ଭାବେ ଏଭଳି ମିଲିସିଆ ଫୋର୍ସ ସମ୍ପର୍କରେ ସ୍ବୀକାର କରି ନାହିଁ। ସ୍‌ଘଟଣାର ଜବାବରେ ଫିଲିପାଇନ୍ସ କୋଷ୍ଟଗାର୍ଡ ଏହାର ଚାଇନା ପ୍ରତିପକ୍ଷଙ୍କ ସହ ଯୋଗାଯୋଗ କରି ଫିଲିପାଇନ୍ସର ସାମୁଦ୍ରିକ ଜୋନ ମଧ୍ୟରେ ବେଆଇନ କାର୍ଯ୍ୟକଳାପ ବନ୍ଦ କରିବାକୁ ଅନୁରୋଧ କରିଛି।

Share