ଚାଇନାର ସୋହାନ ଯୋଗ ଭାରତରେ ପ୍ରତିଷ୍ଠା କରିବାକୁ ଯାଉଛି ୩୦ ଟ୍ରେନିଂ ସେଣ୍ଟର

ନୂଆଦିଲ୍ଲୀ,୨୦।୧୦: ଚାଇନାର ସୋହାନ ଯୋଗ ଇନଷ୍ଟିଚ୍ୟୁଟ ଦେଶର ବିଭିନ୍ନ ରାଜ୍ୟରେ ୩୦ଟି ଟ୍ରେନିଂ ସେଣ୍ଟର ଖୋଲିବାକୁ ଯୋଜନା କରିଥିବା ସୂଚନା ମିଳିଛି। ଜମ୍ମୁ-କଶ୍ମୀର ଓ ଲଦାଖରେ ମଧ୍ୟ ସେ ତା’ର ସେଣ୍ଟର ଖୋଲିବ ବୋଲି କହିଛି। ଚାଇନାରେ ଥିବା ଏହି ଯୋଗ ସେଣ୍ଟରର ପ୍ରତିଷ୍ଠାତା ହେଉଛନ୍ତି ଭାରତର ସୋହାନ ସିଂ। ସୋହାନ କହିଛନ୍ତି ଯୋଗ ହେଉଛି ଏକତା, ଏକାଗ୍ରତାର ଏକ ମୁଖ୍ୟ ମାଧ୍ୟମ। ଏହାଦ୍ୱାରା ଶାନ୍ତି ଓ ସହଯୋଗ ବୃଦ୍ଧି ହୋଇଥାଏ। ତେଣୁ ଏହି ଲକ୍ଷ୍ୟ ନେଇ ସେ ଏବେ ଭାରତରେ ଏହି ସୋହାନ ଯୋଗର କେତୋଟି ସେଣ୍ଟର ଖୋଲିବାକୁ ଇଚ୍ଛା ପ୍ରକାଶ କରିଥିବା କହିଛନ୍ତି।

Share