ଚାଇନାର ୮ କୋଟି ଲୋକ ହରାଇବେ ଚାକିରି

ବେଜିଂ,୯।୫: କରୋନା ସଂକ୍ରମଣ ଯୋଗୁ ଚାଇନାରେ ଆର୍ଥିକ ସଙ୍କଟ ଦେଖାଦେଇଛି। ବହୁ ଶିଳ୍ପ ସଂସ୍ଥା ଲକ୍‌ଡାଉନ୍‌ ଯୋଗୁ ବନ୍ଦ ରହିବା ଦ୍ୱାରା ସ୍ଥିତି ସ୍ବାଭାବିକ ହୋଇପାରୁନି। ଏପରିସ୍ଥଳେ ଦେଶର ୮ କୋଟି ଲୋକ ଚାକିରି ହରାଇବାର ଆଶଙ୍କା ଦେଖାଦେଇଛି। ସେହିପରି ଚଳିତ ବର୍ଷ ୯୦ ଲକ୍ଷ ଶିକ୍ଷାର୍ଥୀ ସ୍ନାତକ ପାଠପଢ଼ା ଶେଷ କରି ଚାକିରି ଖୋଜିବା ଆରମ୍ଭ କରିବେ। ଏହାଦ୍ୱାରା ସମସ୍ୟା ବଢ଼ିବ ବୋଲି କୁହାଯାଉଛି। ମାର୍ଚ୍ଚରେ ଦେଶର ସହରାଞ୍ଚଳରେ ବେକାର ହାର ୫.୯ ପ୍ରତିଶତ ଥିବା କୁହାଯାଉଛି। ଏଭଳି ଏକ ଅନିଶ୍ଚିତ ସମୟରେ ଦେଶରେ ବେକାରଙ୍କ ଆର୍ଥିକ ସ୍ଥିତି ଉତ୍କଟ ହେବ ବୋଲି ଆକଳନ କରାଯାଉଛି।

Share