କୁହାଯାଏ, ପ୍ରକୃତି ସୌନ୍ଦର୍ଯ୍ୟର ଉପମା ନାହିଁ। ଏହାର ଏକ ଝଲକ ଦେଖିବାକୁ ମିଳିଛି ଚାଇନାରେ। ଏକାଥରକେ ଚାଇନା ଆକାଶରେ ୩ଟି ସୂର୍ଯ୍ୟ ଦେଖିବାକୁ ମିଳିଥିଲା। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଏହି ଅଦ୍ଭୁତ ଦୃଶ୍ୟ ଦେଖି ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ଲୋକ ନିଜ ନିଜ କ୍ୟାମେରାରେ ଏହି ଦୃଶ୍ୟର ଫଟୋ ଉଠାଇ ସୋସିଆଲ ମିଡିିଆରେ ଶେୟାର କରିଛନ୍ତି। ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି।
ଚାଇନାର ଉତ୍ତରପୂର୍ବସ୍ଥିତ ଜିଲିନ୍ର ଫୁୟୁ ସହରରେ ଗତ ଡିସେମ୍ବର ୩୧ ତାରିଖରେ ଏପରି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଏକାସଙ୍ଗରେ ୩ଟି ସୂର୍ଯ୍ୟ ଦେଖିବାକୁ ପାଇଥିଲେ ଲୋକେ। ଏହି ଦୃଶ୍ୟକୁ ଦେଖିବା ପାଇଁ ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ। ପ୍ରାୟ ୨୦ ମିନିଟ୍ ଧରି ଏପରି ଦୃଶ୍ୟ ଆକାଶରେ ଦେଖିବାକୁ ମିଳିଥିଲା।
ବୈଜ୍ଞାନିକଙ୍କ ଅନୁଯାୟୀ, ଏହା ଦୁର୍ଲଭ ଘଟଣା। ଯାହାକି, ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ହିଁ ଦେଖିବାକୁ ମିଳିଥାଏ। ଯେତେବେଳେ ଆକାଶରେ ଅଧିକ ବାଦଲ ହୋଇଯାଇଥାଏ ସେତେବେଳେ ଏପରି ଦୃଶ୍ୟ ଦେଖିବାକୁ ମିଳେ। ଏହା ବ୍ୟତୀତ ଯେତେବେଳେ ଆକାଶରେ ସୂର୍ଯ୍ୟ ପୂରା ତଳକୁ ଖସି ଆସିବା ପରି ଦେଖାଯାନ୍ତି ସେତେବେଳେ ୩ଟି ସୂର୍ଯ୍ୟ ଥିବା ପରି ଦେଖାଯାଇଥାଏ।