ଚାଇନା ଉପରେ ବ୍ରିଟେନ୍‌ ଲଗାଇଲା କଟକଣା: ସହାୟତାକାରୀଙ୍କ ବିରୋଧରେ ହେବ ତଦନ୍ତ

ଲଣ୍ଡନ,୨୧।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏପରିସ୍ଥଳେ ଅନ୍ତର୍ଜାତୀୟ ବ୍ୟବସାୟ କ୍ଷେତ୍ରରେ ଚାଇନାର ବିସ୍ତାରବାଦ ନୀତିକୁ ବିଟ୍ରେନ୍‌ ନାପସନ୍ଦ କରିବା ସହି କଟକଣା ଜାରି କରିଛି। ଚାଇନାରେ ନିବେଶ କରୁଥିବା କମ୍ପାନୀ, ବ୍ୟକ୍ତି ବିଶେଷ ଅବା ରାଜନେତାଙ୍କ ବିରୋଧ ତଦନ୍ତ କରିବାକୁ ବ୍ରିଟେନ୍‌ କହିଛି। ଚାଇନାକୁ କୌଣସି ପ୍ରକାର ସହାୟତା ନ ଯୋଗାଇବାକୁ ବ୍ରିଟେନ୍‌ ସଂସଦରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବ୍ରିଟେନ୍‌ ବହର୍ବ୍ୟାପାର ସମିତିର ଅଧ୍ୟକ୍ଷ ଟମ୍‌ ଟଗେନ୍‌ଡାଥ୍‌ ସୂଚନା ଦେଇଛନ୍ତି। ଚାଇନାରେ ହଂକଂ ସହାୟତାରେ ମଧ୍ୟ ନିବେଶ ନ କରାଯିବାକୁ ବ୍ରିଟେନ୍‌ କହିଛି।

Share