Categories: ଖେଳ

ଚାଇନା ଓପନରେ ଭାରତର ଅଭିଯାନ ଶେଷ

ଚଙ୍ଗ୍‌ଝୋ,୨୦।୯(ପିଟି): ଏଠାରେ ଚାଲିଥିବା ଚାଇନା ଓପନ ଓ୍ବାଲର୍‌ଡ ଟୁର ୧୦୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଯାଇଛି। ଅନ୍ତିମ ଶଟଲର ଭାବେ ବି. ସାଇ ପ୍ରଣୀଥ ବିଶ୍ୱର ୯ମ ର଼୍ୟାଙ୍କ ଆନ୍ଥୋନୀ ସିନିସୁକା ଗିଣ୍ଟିଂଙ୍କଠାରୁ ପରାସ୍ତ ହୋଇଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ଠାରେ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିବା ପ୍ରଣୀଥ ୨୧-୧୬, ୬-୨୧, ୧୬-୨୧ ଗେମ୍‌ରେ ମ୍ୟାଚ୍‌ରେ ପରାସ୍ତ ହୋଇଛନ୍ତି। ତାଙ୍କ ପୂର୍ବରୁ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିବା ଅନ୍ୟ ଭାରତୀୟ ଖେଳାଳି ପରାଜୟ ସହ ବିଦାୟ ନେଇସାରିଛନ୍ତି।

Share