Categories: ଜାତୀୟ

ଚାଇନା କିପରି ଦଖଲ କଲା ଭାରତୀୟ ଅଞ୍ଚଳ

ନୂଆଦିଲ୍ଲୀ,୧୮ା୬(ପି.ଟି.): ଚାଇନା କିପରି ଭାରତୀୟ ଅଞ୍ଚଳକୁ ଦଖଲ କଲା ଏବଂ କ’ଣ ପାଇଁ ୨୦ ଯବାନ ଶହୀଦ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ ଦେଶବାସୀଙ୍କୁ ଜଣାଇବା ଆବଶ୍ୟକ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି। ଭାରତର କେତେ ଅଞ୍ଚଳ ଚାଇନା ଦଖଲକୁ ଯାଇଛି ଏବଂ ସ୍ଥିତିର ମୁକାବିଲା ପାଇଁ ସରକାର କ’ଣ ରଣନୀତି ଗ୍ରହଣ କରିଛନ୍ତି ତାହା ଜଣାଇବାକୁ ସୋନିଆ ଆହ୍ବାନ ଦେଇଛନ୍ତି। ଏଭଳି ସଙ୍କଟ ସମୟରେ କଂଗ୍ରେସ ଭାରତୀୟ ସେନା, ଏହାର ଯବାନ, ସେମାନଙ୍କ ପରିବାର ଓ ସରକାରଙ୍କ ସହିତ ରହିଥିବା ସେ କହିଛନ୍ତି।

Share