ଚାଇନା କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ: ୪ ମୃତ

ବେଜିଂ,୧୫।୧୦: ଦକ୍ଷିଣ ଚାଇନାର ଗୁଆଙ୍ଗଜି ଜୁଆଙ୍ଗ ଅଟୋନମସ ରିଜିଅନରେ ଥିବା ଏକ କେମିକାଲ ପ୍ଲାଣ୍ଟରେ ମଙ୍ଗଳବାର ବିସ୍ଫୋରଣ ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ହେବା ସହ ୩ ଆହତ ହୋଇଥିବା ସୂଚନା ମିଳିଛି। ସକାଳ ପ୍ରାୟ ୧୧ଟା ସମୟରେ ଏହି ବିସ୍ଫୋରଣ ହୋଇଥିବା ଚାଇନାର ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛି। ସୂଚନାଯୋଗ୍ୟ, ଚଳିତବର୍ଷ ଆରମ୍ଭରେ ପୂର୍ବ ଚାଇନାରେ ଥିବା ଏକ କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ ହୋଇଥିବା ବେଳେ ୭୮ ଜଣଙ୍କ ମୃତ୍ୟୁ ହେବା ସହ ୬ଶହରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ।

Share