ଚାଇନା ଗ୍ୟାସ ପ୍ଲାଣ୍ଟରେ ବିସ୍ଫୋରଣ: ୧୦ ମୃତ

ହେନାନ୨୦।୭: ଚାଇନାର ହେନାନରେ ଥିବା ଏକ ଗ୍ୟାସ ପ୍ଲାଣ୍ଟରେ ଶୁକ୍ରବାର ଅପରାହ୍ନରେ ହୋଇଥିବା ବିସ୍ଫୋରଣରେ ଅତିକମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଆହତ ହୋଇଥିବା ସୂଚନା ମିଳିଛି। ଚାଇନା ଗଣମାଧ୍ୟମର ସୂଚନା ଅନୁଯାୟୀ, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ପ୍ଲାଣ୍ଟ ନିକଟରେ ଥିବା ଘରର କବାଟ ଝରକା ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ଛିଟିକି ଯାଇଥିଲା। ବିସ୍ଫୋରଣର କାରଣ ଜଣାପଡି ନ ଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି। ଗତମାସରେ ମଧ୍ୟ ହେନାନରେ ଥିବା ଏକ ବାୟୋଟେକ ଓ୍ବାର୍କସପରେ ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ହେବା ସହ ୫ ଆହତ ହୋଇଥିଲେ।

Share