Categories: ବାଣିଜ୍ୟ

ଚାଇନା ଛାଡୁଥିବା କମ୍ପାନୀଙ୍କୁ ଭାରତ ଆଣିବାକୁ ଯୋଜନା

ନୂଆଦିଲ୍ଲୀ,୨୧-୧୦: ନିବେଶ ଲାଗି ଚାଇନାରେ ବିଭିନ୍ନ ସମସ୍ୟା ସାମ୍ନା କରୁ୍‌ଥିବା କିମ୍ବା ଚାଇନା ଛାଡୁଥିବା କମ୍ପାନୀଙ୍କୁ ଭାରତ ଆଣିବା ଲାଗି ଯୋଜନା କରାଯାଉଛି। ସେହି କମ୍ପାନୀଗୁଡିକ ଲାଗି ଭାରତକୁ ନିବେଶର ଏକ ପ୍ରମୁଖ ସ୍ଥଳ ଭାବେ ଗଢି ତୋଳିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥି ଲାଗି ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ରୂପରେଖ ପ୍ରଦାନ କରିବା ଲାଗି ସରକାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ସୂଚନା ଦେଇଛନ୍ତି। ଏଭଳି ସ୍ଥିତିରେ ଚାଇନା ଛାଡୁଥିବା କମ୍ପାନୀଗୁଡିକ ଲାଗି ଭାରତ ନିବେଶର ଏକ ପ୍ଲାଟଫର୍ମ ହୋଇ ପାରିବ ବୋଲି ସେ କହିଛନ୍ତି। ସରକାର ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଶିଳ୍ପ ଲିଡରଙ୍କୁ ଭେଟିବା ସହ ଭାରତକୁ ସେମାନଙ୍କୁ ଆମନ୍ତ୍ରଣ କରିବେ। ଇଲେକଟ୍ରୋନିକ୍ସ, ଲିଥିୟମ ଆୟନ ବ୍ୟାଟେରି, ସେମି କଣ୍ଡକ୍ଟର ଭଳି କ୍ଷେତ୍ରରେ କମ୍ପାନୀଙ୍କୁ ନଜରରେ ରଖାଯାଇଥିବା ସେ କହିଛନ୍ତି।

Share