ଚାଇନା ଛାଡୁଥିବା କମ୍ପାନୀଙ୍କ ନେଇ ମତ ରଖିଲେ ଅଭିଜିତ

ନୂଆଦିଲ୍ଲୀ,୧୩।୫: ଚାଇନା ଛାଡୁଥିବା କମ୍ପାନୀ ଭାରତ ଆସିଲେ ଏହାର ଲାଭ ଭାରତକୁ ହେବ କି ନାହିଁ ସେ ନେଇ ନିଶ୍ଚିତ ନୁହେଁ ବୋଲି ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ କହିଛନ୍ତି। କରୋନା ଯୋଗୁ ବର୍ତ୍ତମାନ ସ୍ଥିତି ବିଗିଡିଛି। ଏଭଳି ସମୟରେ କମ୍ପାନୀ ଭାରତ ଆସିଲେ ତା’ର ଲାଭ ଯେ ମିଳିବ ସେ ସମ୍ପର୍କରେ କିଛି ସ୍ପଷ୍ଟ କହିହେବ ନାହିଁ ବୋଲି ସେ ମତ ବ୍ୟକ୍ତ କରିଛନ୍ତି। ଚାଇନା ଛାଡୁଥିବା କମ୍ପାନୀ ଭାରତ ଲାଗି ଲାଭକାରୀ ହେବ ବୋଲି ମଧ୍ୟ ଲୋକମାନେ କହୁଛନ୍ତି। ମାତ୍ର ଏହା ସତ ନୁହେଁ ବୋଲି ସେ ମତ ଦେଇଛନ୍ତି।

Share