Categories: ଜାତୀୟ

ଚାଇନା ଜାହାଜକୁ ମିଳୁନି ଅନୁମତି

ନୂଆଦିଲ୍ଲୀ,୬ା୩(ପି.ଟି.): ୧୬,୦୭୬ ଯାତ୍ରୀ ଓ କର୍ମଚାରୀଙ୍କୁ ନେଇ ଆସିଥିବା ଚାଇନାର କେତେକ ଜାହାଜ ତଥା ପୂର୍ବରୁ ଚାଇନା ଯାଇଥିବା ଜାହାଜଗୁଡ଼ିକୁ ଭାରତୀୟ ବନ୍ଦର ମଧ୍ୟରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇନାହିଁ। ତେବେ ଉକ୍ତ ଜାହାଜରେ ଥିବା ଯାତ୍ରୀ ଓ କର୍ମଚାରୀମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଥିବା ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଗାଇଡଲାଇନ୍ସ ଅନୁଯାୟୀ ୪୫୨ ଜାହାଜକୁ ନିର୍ଦ୍ଦିଷ୍ଟ ଦୂରତାରେ ରଖାଯାଇଛି। ଉକ୍ତ ଜାହାଜରୁ ଅତି ସତର୍କତାର ସହ ମାଲ୍‌ ଖଲାସ କରାଯାଇଛି। ଜାହାଜ କର୍ମଚାରୀ ଓ ଯାତ୍ରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ ସମେତ ଅନ୍ୟ ସତର୍କତା ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣେ ଅଧିକାରୀ କହିଛନ୍ତି।

Share