ଚାଇନା ଡେଥ୍‌ ଚ୍ୟାମ୍ବରରେ ୬ କୋଟି ଲୋକ: ମୃତ୍ୟୁକୁ ଅପେକ୍ଷା !

ବେଜିଂ,୧୭।୨: କରୋନା ଭୁତାଣୁ ଯୋଗୁ ଚାଇନାରେ ସଙ୍କଟ ସୃଷ୍ଟି ହୋଇଛି। ହୁବେଇ ପ୍ରଦେଶରେ କରୋନା ଯୋଗୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହି ପ୍ରଦେଶର ଅଧିକ ଲୋକଙ୍କ ସଂକ୍ରମଣରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୯୭ ପ୍ରତିଶତ ଲୋକ ହୁବେଇ ପ୍ରଦେଶର ରହିଛନ୍ତି। ଏହି ପ୍ରଦେଶର ବାସିନ୍ଦାଙ୍କ ଅନ୍ୟ ପ୍ରଦେଶକୁ ଯିବା ଆସିବା ଉପରେ କଡ଼ା କଟକଣା ଜାରି ହୋଇଛି। ଫଳରେ ଏହି ପ୍ରଦେଶ ଏବେ ଚାଇନାର ଡେଥ୍‌ ଚ୍ୟାମ୍ବର ପାଲଟିଛି। ପ୍ରଦେଶର ୬ କୋଟି ଲୋକ ଏବେ କରୋନା ସଂକ୍ରମଣ ଭୟରେ ଘରୁ ବାହାରିବା ବନ୍ଦ କରି ଦେଇଛନ୍ତି। ଏହି ପ୍ରଦେଶର ଉହାନ ସହରରେ କରୋନା ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ସରକାରଙ୍କ ପକ୍ଷରୁ କରୋନ ସଂକ୍ରମଣ ଉପରେ ନିୟନ୍ତ୍ରଣ ପାଇଁ ପ୍ରୟାସ କରାଯାଉଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନାହିଁ। ଫଳରେ ହୁବେଇର ଡେଥ୍‌ ଚ୍ୟାମ୍ବରରେ ଲୋକେ କେବଳ ମୃତ୍ୟୁକୁ ହିଁ ଅପେକ୍ଷା କରି ରହିଥିବା କୁହାଯାଉଛି।

Share